ଓଡିଶା

ଆକାଶ ଛୁଆଁ ରସୁଣ ଦର – bajravana

[ad_1]

ରାଉରକେଲାରେ ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୪ଶହ ଟପିଲାଣି । ଏହି ଚଢା ଦରକୁ ନେଇ ଚିନ୍ତାରେ ଖାଉଟି । ରୋଷେଇ ଘରେ ରସୁଣ ଚିନ୍ତା । ଆମିଷ ତରକାରୀରେ ରସୁଣ ନହେଲେ ନଚଳେ । ହେଲେ ଏବେ ବଜାରରେ ଯେଉଁ ଦର ବଢିଛି ତାହା ଲୋକଙ୍କ ଚିନ୍ତାକୁ ବଢାଇଛି । ରସୁଣର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟ ବି ଆଗଭଳି ହେଉନଥିବା ଡଣାପଡ଼ିଛି । ଏଭଳି ରସୁଣ ସଙ୍କଟକୁ ନେଇ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ । ତେବେ ବାହାର ରାଜ୍ୟରୁ ରସୁଣ ଆମଦାନୀ ହେଉ ନ ଥିବାବେଳେ ଏହାର ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ରାଜଧାନୀରୁ ଉପାନ୍ତ ଅଞ୍ଚଳ, ସାରା ଓଡିଶାରେ ଚଢା ଦରରେ ବିକ୍ରି ହେଉଛି ରସୁଣ । ରସୁଣର ଏବେ ଅମଳ ସମୟ । ଦର କମ ରହିବା କଥା କିନ୍ତୁ ବଜାର ଗଲେ ରସୁଣ କିଣିବାକୁ ଦୁଇ ଥର ଚିନ୍ତା କରିବାକୁ ପଡୁଛି । ସାରା ରାଜ୍ୟରେ ଏବେ ରସୁଣ ଦର କିଲୋ ପିଛା ୪ଶହ ଟଙ୍କା ଛୁଇଁଛି । ରାଉରକେଲାରେ ରସୁଣ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ଅଡୁଆରେ ପକାଇଛି । ସପ୍ତାହେ ତଳେ ୨୦୦ ରୁ ୨୫୦ ଟଙ୍କା କିଲୋରେ ମିଳୁଥିବା ରସୁଣ ବର୍ତ୍ତମାନ କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି । ସହରରେ ବର୍ତ୍ତମାନ କେଉଁଠି ୩୦୦ ତ କେଉଁଠି ୩୫୦ ରୁ ୪୦୦ ଟଙ୍କା ଯାଏ ବିକ୍ରି ହେଉଛି । ରସୁଣ ଦର ବୃଦ୍ଧି ହେବା ଯୋଗୁଁ ଲୋକେ ଯିଏ କିଲେ ନେବା କଥା ସେ ବର୍ତ୍ତମାନ ୧୦୦ ଗ୍ରାମକୁ ନେବାକୁ ଇଛା ପ୍ରକାଶ କରି ନାହାନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button