ହଁ ମୁଁ ତାଙ୍କୁ ଗୁଳି କରିଛି, ଏଥିପାଇଁ ଦୁଃଖିତ ନୁହେଁ: ବିଜେପି ବିଧାୟକ – bajravana
[ad_1]
ମୁମ୍ବାଇ: ଶିବସେନା ନେତା ମହେଶ ଗାଇକୱାଡଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଉହ୍ଲାସନଗରରେ ବିଜେପି ବିଧାୟକ ଗଣପତି ଗାଇକୱାଡ ଗୁଳି ଚଳାଇଥିବା ଖବର ଆମେ ପୂର୍ବରୁ ପ୍ରକାଶ କରିଛୁ। ବିଜେପି ବିଧାୟକ ଗଣପତି ଗାଇକୱାଡ ଏ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଆତ୍ମରକ୍ଷା ପାଇଁ ସେ ଶିବସେନା ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିପାଇଁ ସେ ପଶ୍ଚାତାପ କରନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳର ମହେଶ ଗାଇକୱାଡଙ୍କ ସହ ଜମି ବିବାଦକୁ ନେଇ ଯୁକ୍ତିତର୍କ ପରେ ସେ ଗୁଳି ମାରିଥିଲେ। ଗୁଳି ବିନିମୟରେ ଅନ୍ୟ ଜଣେ ଶିବସେନା ବିଧାୟକ ରାହୁଲ ପାଟିଲ ମଧ୍ୟ ଆହତ ହୋଇଥିଲେ।
ସେ ଏକ ନ୍ୟୁଜ ଚ୍ୟାନେଲକୁ ବୟାନ ଦେଇ କହିଛନ୍ତି, “ହଁ, ମୁଁ ନିଜେ ତାଙ୍କୁ ଗୁଳି କରିଥିଲି। ମୋର କୌଣସି ଦୁଃଖ ନାହିଁ। ଯଦି ମୋ ପୁଅକୁ ପୁଲିସ ଷ୍ଟେସନ ଭିତରେ ପୁଲିସ ସମ୍ମୁଖରେ ମାଡ଼ ଦିଆଯାଉଛି, ତେବେ ମୁଁ କ’ଣ କରିଥାନ୍ତି?”
ଉଲ୍ଲେଖଯୋଗ୍ୟ, ଉଭୟ ଶିବସେନା ନେତା ବର୍ତ୍ତମାନ ଥାନାର ଜୁପିଟର୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ଗଣପତି ଗାଇକୱାଡଙ୍କୁ ଗିରଫ କରାଯାଇ ପୁଲିସ ହେପାଜତକୁ ନିଆଯାଇଛି। ସେ ବ୍ୟବହାର କରିଥିବା ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି।
ମହେଶ ଗାଇକୱାଡଙ୍କୁ ପ୍ରଥମେ ଉହ୍ଲାସନଗରର ମୀରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାତି ପ୍ରାୟ ୧୧ଟା ସମୟରେ ଥାନାର ଜୁପିଟର୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
[ad_2]