ସ୍ୱାସ୍ଥ୍ୟ

ଶରୀର ପାଇଁ ମେଥିଶାଗ ବେଶ ଲାଭଦାୟକ : ଜାଣନ୍ତୁ ଏହାର ଉପକାରିତା… – bajravana

[ad_1]

ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ବଜାରରେ ମିଳେ । ଏଥି ମଧ୍ୟରୁ ଅନ୍ୟତମ ହେଉଛି ମେଥି ଶାଗ । ଅନ୍ୟ ଦିନ ଅପେକ୍ଷା ଶୀତଦିନେ ମିଳିଥାଏ ଖୁବ୍‌ ଅଧିକା । ମେଥି ଶାଗ ପୋଷକ ତତ୍ତ୍ୱରେ ଭରା । ଏହା ଖାଦ୍ୟର ସ୍ନାଦ ବଢ଼ାଇବା ସହ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଶୀତଦିନେ ଡାଏଟ୍‌ରେ ମେଥି ଶାଗ ସାମିଲ କରିବା ଦ୍ୱାରା ବେଶ୍‌ ଉପକୃତ ହୋଇପାରିବେ । ଏହି ଶାଗକୁ ଯେତିକି ସ୍ଵଦିଷ୍ଟ, ସେତିକି ସ୍ୱାସ୍ଥ୍ୟକର ମଧ୍ୟ ।

ମେଥି ଶାଗ ରକ୍ତରେ ଶର୍କରା ସ୍ତର ସାମାନ୍ୟ ରଖିବା ସହ ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ମଧୁମେହ ରୋଗୀଙ୍କ କୌଣସି ପାଇଁ ବରଦାନ ଠାରୁ କମ୍ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଏବଂ ଓଜନ କମାଇବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ମେଟାବଲିଜିମ୍ ବଢ଼ିଥାଏ । ଯାହା ଫଳରେ ଓଜନ କମିଥାଏ ।

ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଶୀତଦିନେ ସବୁଜ ମେଥିଶାଗ ବଦହଜମୀ ଭଳି ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ମଳତ୍ୟାଗ ସମୟରେ ସମସ୍ୟା ଆସିନଥାଏ । ସେହିପରି ମେଥି ଶାଗରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଫଳରେ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ । ମେଥି ଶାଗରେ ଭରପୂର କ୍ୟାଲମିୟମ୍ ଓ ମ୍ୟାଗ୍ନେସିୟମ୍ ରହିଥାଏ । ଯାହା ହାଡ଼ର ସୁସ୍ଥତାକୁ ବଜାୟ ରଖେ ଏବଂ ହାଡ଼କୁ ମଜବୁତ୍ କରିଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button