ଜ୍ୟୋତିଷ

ଶୁକ୍ରବାର ଦିନ ଏହି ପାଞ୍ଚଟି କାମ ଭୁଲରେବି କରନ୍ତୁ ନାହିଁ ନଚେତ ପୁରା ଘର କାଙ୍ଗାଳ ହୋଇଯିବ

ହିନ୍ଦୁ ଧର୍ମ ଅନୁସାରେ ଶୁକ୍ରବାରକୁ ମାତା ଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନା ହୋଇଥାଏ ଏବଂ ଧନ ପ୍ରାପ୍ତି ପାଇଁ ପ୍ରାର୍ଥନା ମଧ୍ୟ କରାଯାଏ । ଏହିଦିନ ଶୁକ୍ରବାର ବ୍ରତ ମଧ୍ୟ ରଖାଯାଏ । କିନ୍ତୁ ଯଦି ଏହି ଶୁକ୍ରବାର ଦିନ ଆପଣ ଏହି ପାଞ୍ଚଟି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଧନ ହାନୀ ହେବାର ଆଶଙ୍କା ବଢ଼ିଯାଏ । ତେଣୁ ଚାଲନ୍ତୁ ସେହି ପାଞ୍ଚଟି କାମ ବିଷୟରେ ଜାଣିନେବା ।

୧ . ହିନ୍ଦୁ ଧର୍ମ ଅନୁଯାୟୀ ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ତେଣୁ ଘରର ଧନ ସମ୍ପତ୍ତି ମହିଳାଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ନିର୍ଭର କରେ । ସାଧରଣତଃ ମହିଳାଙ୍କୁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବ୍ରତ କରିବା ଉଚିତ । ଯଦି ବ୍ରତ କରିବା ସମୟରେ କୌଣସି ସମସ୍ୟା ଆସେ ତେବେ ପ୍ରତି ଶୁକ୍ରବାର କେବଳ ପୂଜା ମଧ୍ୟ କରି ପାରିବେ । ଏପରି କଲେ ଘରକୁ ଧନର ଆଗମନ ହୋଇଥାଏ ।

୨ . ପକ୍ଷୀ ମାନଙ୍କୁ ଚାଉଳ ଏବଂ ଦାନା ଖୁଆଇବା ଦ୍ୱାରା କରଜ କମିଯାଏ । କାରଣ ପକ୍ଷୀ ମାତାଲକ୍ଷ୍ମୀଙ୍କର ଖୁବ ପ୍ରିୟ ହୋଇଥାଏ ।

୩ . ଶୁକ୍ରବାର ଦିନ ଯଦି ଆପଣ ପୂଜା କରୁଥିବା ସମୟରେ ଝିଟିପିଟି ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଝିଟିପିଟି ମାତା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ । ପୂଜା ଘରେ ଝିଟିପିଟି ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୪ . ଶୁକ୍ରବାର ଦିନ ଯଦି ଆପଣଙ୍କୁ ଝିଟିପିଟି ଦେଖାଯାଏ କିମ୍ବା ଆପଣଙ୍କ ଉପରେ ଝିଟିପିଟି ପଡ଼ିଯାଏ ତେବେ ଏହା ମାତା ଲକ୍ଷ୍ମୀଙ୍କ ସଙ୍କେତ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରି ଥାଆନ୍ତି ।

ଶୁକ୍ର ଗ୍ରହକୁ ପ୍ରେମର ପ୍ରତୀକ ବୋଲି କାହାଯାଏ । ତେଣୁ ଯଦି ଶୁକ୍ର ଗ୍ରହ ଦୁର୍ବଳ ହୁଏ ତେବେ ସୁଖୀ ବୈବାହିକ ଜୀବନ ନଷ୍ଟ ହୋଇଯାଏ । ବୁଦ୍ଧି କାମ କରିବା ବନ୍ଦ କରିଦିଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମଧ୍ୟ ହୋଇଯାଏ । ଶୁକ୍ର ଦୃଢ଼ ହେଲେ ବ୍ୟକ୍ତି ଧନୀ ହୋଇଯାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଓ ବିଶ୍ୱାସ ବଜାୟ ରହେ ।

୫ . ଶୁକ୍ରବାର ଦିନ କାହାକୁ ଚିନି ଦାନ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଶୁକ୍ର ଗ୍ରହ କ୍ରୋଧିତ ହୋଇଯାଆନ୍ତି ଏବଂ ଧନର ପରି ସମାପ୍ତି ଘଟେ ।

୬ . ଶୁକ୍ରବାର ଦିନ କାହା ଠାରୁ ପଇସା ଧାର ନେଲେ କିମ୍ବା ଦେଲେ ଘରର ଲକ୍ଷ୍ମୀ ଚାଲି ଯାଆନ୍ତି । ଶୁକ୍ରବାର ଦିନ ଘର ସଫାସୁତୁରା ରଖିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୭ . ଯେଉଁ ଘରେ ଝିଅ , ମହିଳାଙ୍କ ସମ୍ମାନ କରାଯାଏ ନାହିଁ ସେଠାରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି । ନାହିଁ ତେଣୁ ଝିଅ ନାରୀ କିଂନ କିନ୍ନରଙ୍କୁ କେବେ ଅପମାନ କରିବା ଉଚିତ ନୁହେଁ ।

୮ . ଶୁକ୍ରବାର ଦିନ ଯଦି ଘରେ କଳା ପିମ୍ପୁଡ଼ି ଗୋଲ ଆକାର ଧାରଣ କରି କିମ୍ବା ଲମ୍ବା ଲାଇନ କରି ଜମା ହେଉଛନ୍ତି ତେବେ ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ । ତେଣୁ ଏହିଦିନ କଳା ପିମ୍ପୁଡ଼ିକୁ କିଛି ମିଠା ଆହାର ଖାଇବାକୁ ଦିଅନ୍ତୁ ।

୯ . ଯଦି ଆପଣ ଶୁକ୍ରବାର ଦିନ ହୀରା ଆଣୁଛନ୍ତି ତେବେ ଶୁକ୍ର ଗ୍ରହର ସ୍ଥିତି ଦେଖି ଆଣନ୍ତୁ । କାରଣ ହୀରା ଶୁକ୍ର ଗ୍ରହ ସହିତ ସିଧାସଳଖ ସମ୍ବନ୍ଧିତ ଥାଏ । ଯଦି ଶୁକ୍ରଗ୍ରହ ଦୃଢ଼ ଥାଏ ତେବେ ହୀରା ଆଣନ୍ତୁ ନଚେତ ଆଣନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button