ଅପରାଧ

ଡାକ୍ତରଖାନା ଶୌଚାଳୟରେ ଝିଅ ଜନ୍ମକଲା ନାବାଳିକା – bajravana

[ad_1]

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲା ହସ୍ପିଟାଲ୍‌ର ମହିଳା ୱାର୍ଡରେ ଥିବା ଶୌଚାଳୟରେ ଝିଅ ଜନ୍ମ କରି ଖସି ପଳାଉଥିବା ଜଣେ ନାବାଳିକା କର୍ମଚାରୀମାନଙ୍କଦ୍ବାରା ଧରା ପଡ଼ିଥିବା କଥା ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ଗଣମାଧ୍ୟମକୁ ଡାକ୍ତରଖାନାର କର୍ତ୍ତୃପକ୍ଷ କହିଛନ୍ତି ଯେ, ପେଟ ବିନ୍ଧୁଛି ବୋଲି କହିବାରୁ ଗୁରୁବାର ରାତି ପ୍ରାୟ ୮ଟା ବେଳେ ଉକ୍ତ ନାବାଳିକାକୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ରାତି ପ୍ରାୟ ୯.୩୦ରେ ସେ ମହିଳା ୱାର୍ଡର ରେଷ୍ଟ୍‌ ରୁମ୍‌ ବା ଶୌଚାଳୟରେ ଝିଅଟିଏ ଜନ୍ମ କଲା। ତା’ପରେ ସପରିବାର ଡାକ୍ତଖାନାରୁ ଖସି ପଳାଇବାକୁ ଯୋଜନା କରି ବେଡ୍‌ରେ ଶୋଇଲା। ସେତିକି ବେଳେ ଜଣେ ୱାର୍ଡ ଆଟେଣ୍ଡାଣ୍ଟ୍‌ଙ୍କୁ ରେଷ୍ଟ୍‌ରୁମ୍‌ରୁ କଅଁଳାପିଲାର କାନ୍ଦଣା ଶୁଭିଲା।

Image Courtesy of Coastal Digest

ନର୍ସିଙ୍ଗ୍‌ କର୍ମଚାରୀମାନେ ରେଷ୍ଟ୍‌ରୁମ୍‌କୁ ଧାଇଁ ଯାଇ ରକ୍ତ ପଡ଼ିଥିବା ଏବଂ ବାଲ୍‌ତି ଭିତରେ ନବଜାତ ଝିଅକୁ ଦେଖି ହତବାକ୍‌ ହୋଇଯାଇଥିଲେ।

ସେପଟେ, ସପରିବାର ଡାକ୍ତରଖାନାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସେ ନାବାଳିକାକୁ କର୍ମଚାରୀମାନେ ଧରି ନବଜାତ ଝିଅକୁ ତା’ କୋଳରେ ଦେଇଥିଲେ।

ଏ ସମସ୍ତ ଘଟଣା ଜାଣିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button