ଦେଶ ବିଦେଶ

ଦେଶର ଅଧିକାଂସ ସହରରେ ସୁନା, ରୂପା ଦର ହ୍ରାସ  – bajravana

[ad_1]

ନୂଆଦିଲ୍ଲୀ, ୧୯/୧ : ଦେଶର ଅଧିକାଂସ ସହରରେ ପୁଣି ଥରେ ସୁନା ଓ ରୂପା ଦର ହ୍ରାସ ହୋଇଛି। ସୁନା ୧୦ ଗ୍ରାମ ପିଛା ଦରରେ ୮୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଚେନ୍ନାଇକୁ ଛାଡିଦେଲେ ଦେଶର ଅଧିକାଂଶ ସହରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୬୩ ହଜାର ଟଙ୍କା ସ୍ତରକୁ ପହଞ୍ଚିଛି। କେବଳ ୨୪ କ୍ୟାରେଟ ନୁହେଁ ୨୨ କ୍ୟାରେଟ ସୁନା ମଧ୍ୟ ୧୦ ଗ୍ରାମ ପିଛା ୫୮ ହଜାର ଟଙ୍କା ଦରରେ କାରବାର ହେଉଛି। ଦିଲ୍ଲୀ ସ୍ୱର୍ଣ୍ଣାଳଙ୍କାର ବଜାରରେ ରୂପା କିଲୋଗ୍ରାମ ପିଛା ୪୦୦ ଟଙ୍କା ହ୍ରାସ ସହ ରୂପା ୭୫ ହଜାର ୫୦୦ ଟଙ୍କା ଦରରେ କାରବାର ହେଉଛି। ରାଜଧାନୀ ଦିଲ୍ଲୀର ସ୍ୱର୍ଣ୍ଣାଳଙ୍କାର ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୬୨,୬୭୦ ଟଙ୍କାରେ କିଣାବିକା ହେଉଛି। ଏଥିରେ ୨୨ କ୍ୟାରେଟ୍ ସୁନା ଦର ୧୦ଗ୍ରାମ ପିଛା ୫୭,୫୭୦ ଟଙ୍କା ହୋଇଯାଇଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୬୨,୬୨୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ୫୭ ହଜାର ୪୦୦ଟଙ୍କାରେ କାରବାର ହେଉଛି। ଦେଶର ଅନ୍ୟ ରାଜ୍ୟଙ୍କ ଭଳି କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଓଡିଶା ସ୍ୱର୍ଣ୍ଣଳଙ୍କାର ବଜାରରେ ସୁନା ମୂଲ୍ୟ ହ୍ରାସ ହୋଇଛି। ଏହି ୩ ରାଜ୍ୟଙ୍କ ରାଜଧାନୀ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୬୨,୬୨୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ ସୁନା ଦର ମଧ୍ୟ ହ୍ରାସ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button