ପୁଲିସ ପଞ୍ଝାରେ ପାହାଡ଼ି ଗ୍ୟାଙ୍ଗ: ଝାଡ଼ଖଣ୍ଡରୁ ଆସି ଲୁଟୁଥିଲେ – bajravana
[ad_1]
୧.୩ ଲକ୍ଷ ଟଙ୍କା, ୨୨ ମୋବାଇଲ୍ ଜବତ
ଭୁବନେଶ୍ବର: କେତେବେଳେ ବସ୍ରେ ଚଢ଼ି ଲୁଟିଲେଣି ତ କେତେବେଳେ ଜରି ଗୋଟାଇବା ଆଳରେ ଘରେ ପଶି ମୋବାଇଲ୍ ନେଇଗଲେଣି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସି ରାଜଧାନୀରେ ଆତଙ୍କ ଖେଳାଇଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି। ଗ୍ୟାଙ୍ଗର ୮ଜଣଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ଶେର୍ଶାହା କୁମାର ମାହାତୋ(୧୯), ଭୁଲୁ କୁମାର ନୁଣିଆ(୨୧), ରାହୁଲ ନୁଣିଆ(୨୨), ଛୋଟୁ ରାୟ(୨୪), ଛୋଟେଲାଲ୍ ମାହାତୋ(୧୯), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୋନୁ ନୁଣିଆ(୨୩), ସୁବାସ ନୁଣିଆ(୩୦) ଓ ସୋନୁ କୁମାର ନୁଣିଆ(୨୭)। ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରିଛି। ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଦନ୍ତ ବେଳେ ଜଣାପଡ଼ିଛି ଯେ ଦୀର୍ଘଦିନ ହେବ ଏହି ଗ୍ୟାଙ୍ଗ ରାଜଧାନୀରେ ଡେରା ପକାଇଥିଲା। ସେମାନେ ବିଶେଷ କରି ଓଭରବ୍ରିଜ୍ ତଳେ, ରେଳଷ୍ଟେସନ ଭଳି ସ୍ଥାନରେ ରହୁଥିଲେ। ଯେଉଁଠିକୁ ଜରି ଗୋଟାଇବା କି କୌଣସି କାମ ଆଳରେ ଯାଉଥିଲେ ସେଠାକାର ପରିବେଶକୁ ଅନୁଧ୍ୟାନ କରୁଥିଲେ। କିଭଳି ସେଠାରୁ ଲୁଟ୍ପାଟ ହୋଇପାରିବ? କେଉଁ ସ୍ଥାନ ଲୁଟ୍ପାଟ ପାଇଁ ଉପଯୋଗୀ ରହିଛି। କେଉଁଠି ଛୋଟ ପିଲାଙ୍କର ଆବଶ୍ୟକତା ରହିଛି। ଏସବୁକୁ ଭଲଭାବେ ପରଖୁଥିଲେ। ସେହି ଅନୁସାରେ ସାଙ୍ଗରେ ଥିବା ଛୋଟ ଛୋଟ ପିଲାଙ୍କୁ ଲୁଟ୍ପାଟ ପାଇଁ ତାଲିମ୍ ଦେଉଥିଲେ। ସେହିପରି ବସ୍ଗୁଡ଼ିକରେ ଗହଳିର ସୁଯୋଗ ନେଇ ଲୋକଙ୍କଠାରୁ ମୋବାଇଲ୍ ଝାମ୍ପି ନେଉଥିଲେ। ଯେଉଁଠିକୁ ଛୋଟପିଲାଙ୍କୁ ପଠାଉଥିଲେ; ସେଠାରୁ କିଛିଦୂରରେ ସେମାନେ ଜଗି ରହୁଥିଲେ। ପିଲାମାନେ ଲୁଟ୍ ପରେ ଜିନିଷ ସେମାନଙ୍କୁ ଦେଇ ଫେରାର୍ ହୋଇ ଯାଉଥିଲେ।
କିଛିଦିନ ତଳେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଲଗାତାର ତିନି ତିନିଟି ଲୁଟ୍ ହୋଇଥିଲା। ଥାନାରେ ଅଭିଯୋଗ ପରେ ପୁଲିସ କେତେକ ମୋବାଇଲ ନମ୍ବରକୁ ଟ୍ରାକିଂ କରିଥିଲା। ଟ୍ରାକିଂ ବେଳେ ଜଣାପଡ଼ିଥିଲା ଯେ ଭିନ୍ନ ଭିନ୍ନ ସ୍ଥାନରୁ ମୋବାଇଲ୍ ଚୋରି ହୋଇଥିବା ବେଳେ ଗୋଟିଏ ଲୋକେସନରେ ରହିଛି। ଯାହାକି ସନ୍ଦେହକୁ ଆହୁରି ବଢ଼ାଇଥିଲା। ଠିକଣା ଠାବ ପରେ ପୁଲିସର ଦୁଇଟି ଟିମ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ଜେରା ବେଳେ ସେମାନେ ସବୁ ସତ ମାନିଥିଲେ। ଏନେଇ କ୍ୟାପିଟାଲ୍ ଥାନା ପୁଲିସ ଏକ ମାମଲା ରୁଜୁକରି ସମସ୍ତ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଥାନାରେ ଅଭିଯୋଗ ରହିଛି।
ଖାଲିକରି ଦେଉଥିଲେ ଆକାଉଣ୍ଟ
ମୋବାଇଲ୍ ଚୋରି କରିବା ପରେ ପାସ୍ୱାର୍ଡ ବ୍ରେକ୍ କରୁଥିଲେ। ଏହାପରେ ମୋବାଇଲ୍ରେ ଥିବା ଫୋନ୍ ପେ’ ଓ ଗୁଗଲ ପେ’କୁ ହ୍ୟାକ୍ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲେ। ନିଜର ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଚୋରି ମୋବାଇଲ୍ରୁ ଟଙ୍କା ପଠାଉଥିଲେ। ଏମିତିକି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରି ଅନ୍ଲାଇନ୍ ସପିଂ ବି କରୁଥିଲେ। ଏମାନେ ପାଖାପାଖି ୨୦ ଲକ୍ଷରୁ ଊର୍ଧ୍ବ ଟଙ୍କାର ଲୁଟ୍ କରିଥିବା ଜଣାପଡ଼ିଛି।
କୋଲକାତା ପଠାଉଥିଲେ ଚୋରା ମୋବାଇଲ୍
କୋଲକାତା ଚୋରା ମାର୍କେଟ ଦଲାଲଙ୍କ ସହ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି। କାରଣ ଏମାନେ ମୋବାଇଲ୍ ଚୋରି କରିବା ପରେ ଏହାକୁ କୋଲକାତା ପଠାଉଥିଲେ। ସେଠାରେ ଥିବା ଦଲାଲ୍ ଏମାନଙ୍କଠାରୁ ଶସ୍ତାରେ ମୋବାଇଲ୍ ନେଇ ସେଠାରେ ଚୋରା ମାର୍କେଟରେ ବିକ୍ରି କରୁଥିଲେ। ଏଥିପାଇଁ ସେମାନେ ମଧ୍ୟ କମିସନ ନେଉଥିଲେ। ତେବେ ସେମାନେ ଏକାଥରକେ ୧୦୦ରୁ ୫୦୦ ପର୍ଯ୍ୟନ୍ତ ମୋବାଇଲ୍ ପଠାଉଥିବା ଜଣାପଡ଼ିଛି। ରୢାକେଟ୍ର ପୂରା ଗୁମର ଖୋଲିବା ପାଇଁ ଦରକାର ପଡ଼ିଲେ କୋଲକାତା ପୁଲିସ ସହ ଯୋଗାଯୋଗ କରାଯାଇ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
[ad_2]