ମକର ସଂକ୍ରାନ୍ତି ପାଇଁ ଗୋରୁମହିଷାଣୀ ହାଟ ଚଳଚଞ୍ଚଳ: ଦେଶୀ କୁକୁଡ଼ା କିଣିବାରେ ଗ୍ରାହକ ବ୍ୟସ୍ତ – bajravana
[ad_1]
ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ପାଇଁ ଏବେ ଗୋରୁମହିଷାଣୀ ବଜାର ଚଳଚଞ୍ଚଳ ହୋଇଉଠିଲାଣି। ଆଜି ଗୋରୁମହିଷାଣୀର ମକର ପୂର୍ବ ଦିନର ବାଉଣ୍ଡି ହାଟ ଥିବାରୁ ହାଟରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାହକମାନଙ୍କୁ ଚାହିଦାକୁ ଆଖିରେ ରଖି ଦୋକାନୀମାନେ ପସରା ମେଲାଇ ବସିଥିଲେ। ଧାନ, ଚାଉଳଠାରୁ ଆରମ୍ଭ କରି ବାଉଁଶ ଟୋକେଇ, କୁଲା, ମାଟି ହାଣ୍ଡି, ଦେଶୀ କୁକୁଡ଼ା, ଖାସି, ମାଛ ସାମଗ୍ରୀ ଲୋକେ କିଣିବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଥିଲା। ତେବେ ପୂର୍ବ ଅପେକ୍ଷା ଏଥର ଅଧିକ ଦାମରେ ଜିନିଷ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।
ମୟୂରଭଂଜ ଜିଲ୍ଲାରେ ଏହି ଆଧାତ୍ମିକତାର ପର୍ବ ମକର ସଂକ୍ରାନ୍ତିକୁ ବହୁ ଜାକଜମକଜଋ ପାଳନ କରାଯାଏ। ଏହି ପର୍ବ ସାଧାରଣତଃ ମୟୂରଭଂଜ, କେନ୍ଦୁଝର ଏବଂ ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ମକର ପର୍ବ ସହିତ ଟୁସୁ ପର୍ବକୁ ଏହି ଅଂଚଳର ଲୋକମାନେ ବହୁ ଜାକଜମକ ସହକାରେ ପାଳନ କରିଥାନ୍ତି। ମକର ସଂକ୍ରାନ୍ତିର ପୂର୍ବ ଦିନକୁ ମକର ବାଉଣ୍ଡି ବା ମକର ମିଳନ ରୂପେ ପାଳିତ ହୋଇଥାଏ। ବାଉଣ୍ଡି ଦିନ ଘରର ସ୍ତ୍ରୀ ଲୋକମାନେ ଉପବାସ କରି ମକର ପ୍ରସ୍ତୁତିର ପିଠାପଣା ଇତ୍ୟାଦି କରିବା ପାଇଁ ଢିଙ୍କିକୁ ଧରି ଅରୁଆ ଚାଉଳର ଚୁନା କରିଥାନ୍ତି ଏବଂ ସେହି ରାତ୍ରିରେ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ କରିଥାନ୍ତି।
[ad_2]