ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଜାଲିଆତି ପ୍ରସଙ୍ଗ: ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅ – bajravana
[ad_1]
ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭେଟିଲା ସଂଘର୍ଷ ସମିତି
କଟକ: ୨୦୦୬ ମସିହାରେ ପୁରୀ ଜିଲ୍ଲାର ସଦର ବ୍ଲକ୍ରେ ରାଜ୍ୟ ସରକାର ହଜାର ହଜାର ଏକର ଚାଷଜମି ଓ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଦଖଲ କରି ବେଦାନ୍ତ କମ୍ପାନିକୁ ବିଶ୍ୱବିଦ୍ୟାଳୟ ପାଇଁ ଦେଇଥିଲେ। ଏହା ବିରୁଦ୍ଧରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ସଂଗ୍ରାମ କରିବା ସହ ଆଇନଗତ ଲଢ଼େଇ କରିଥିଲା। ସଂଘର୍ଷ ସମିତି ତରଫରୁ ହୋଇଥିବା ମାମଲାର ଶୁଣାଣି କରି ୨୦୧୦ରେ ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ ହାଇକୋର୍ଟ ସରକାର ବେଦାନ୍ତକୁ ଦେଇଥିବା ଜମି ଖାରଜ କରି ଦେଇଥିଲେ। ଏହାପରେ ବେଦାନ୍ତ କମ୍ପାନି ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ୨୦୨୩ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ବେଦାନ୍ତ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନିଲ ଅଗ୍ରଓ୍ୱାଲ ଫାଉଣ୍ଡେସନ ବିରୁଦ୍ଧରେ ୫ଲକ୍ଷ ଟଙ୍କା ଜରିମାନା କରିଥିଲେ। କିନ୍ତୁ ୮ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ତେଣୁ ବେଆଇନ ଜମି ଅଧିଗ୍ରହଣ, ଜମି ହଡପରେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର୍ଷ ସମିତିର କର୍ମକର୍ତ୍ତା ଏବଂ ସାମାଜିକ କର୍ମୀମାନେ ଆଜି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ପହଞ୍ଚି ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏଆଇଜି ତ୍ରିଲୋଚନ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ନବନିର୍ମାଣ କୃଷକ ସଂଘ ଆବାହକ ଅକ୍ଷୟ କୁମାର, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଜିତେନ୍ଦ୍ର ସାହୁ, ଶ୍ରମିକ ନେତା ନଳୀନି ରଞ୍ଜନ ପତି, ଧ୍ରୁବଚରଣ ସାହୁ, ଚାଷୀନେତା ଶେଷଦେବ ନନ୍ଦ, ସଂଘର୍ଷ ସମିତର ବିଷ୍ଣୁ ଚରଣ ମିଶ୍ର, ପର୍ଶୁରାମ ପ୍ରଧାନ, ଅରୁଣ ପ୍ରଧାନ, ହରପ୍ରସାଦ ଜେନା, କୈଳାସ ସ୍ୱାଇଁ, ସୁଦର୍ଶନ ଗୋଛୟତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
[ad_2]