ଅପରାଧ

ସ୍ତ୍ରୀକୁ ରିଲ୍ କରିବାକୁ ବିରୋଧ କରିବାରୁ ସ୍ବାମୀକୁ ହତ୍ୟା – bajravana

[ad_1]

ବେଗୁସରାଏ: ଭାଇରାଲ ଗୀତରେ ସ୍ତ୍ରୀ କରୁଥିଲା ରିଲ୍। ସ୍ବାମୀ ବିରୋଧ କରିବାରୁ ସ୍ତ୍ରୀର ପରିବାର‌ ଲୋକେ କଲେ ହତ୍ୟା। ଘଟଣାଟି ଘଟିଛି ବିହାରର ବେଗୁସରାଏ‌ରେ। ମୃତକଙ୍କ ନାମ ମହେଶ୍ବର କୁମାର ରାଏ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ମହେଶ୍ୱର କୁମାର ରାୟ ୬ବର୍ଷ ପୂର୍ବେ ରାଣୀ କୁମାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ ପାଞ୍ଚ ବର୍ଷର ପୁଅ ଅଛି। ଗତକାଲି ରାତିରେ ବିହାରର ବେଗୁସରାଏ ଜିଲ୍ଲାର ଫଫୌତ୍ ଗ୍ରାମରେ ଏହି ଘଟଣା ଘଟିଛି। ୨୫ବର୍ଷୀୟ ମହେଶ୍ୱର କୁମାର କୋଲକାତାରେ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ନିକଟରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସ୍ତ୍ରୀ ବାପ ଘରକୁ ଯାଇଥିବା ଜାଣି ସେ ସେଠାରେ ପହଞ୍ଚିଥିଲେ। ସେଠାକୁ ଯିବା ପରେ ସ୍ତ୍ରୀ କରିଥିବା ରିଲକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏବିଷୟରେ ଜାଣି ରାଣୀଙ୍କୁ ତାଙ୍କ ପରିବାର ଲୋକେ ସମର୍ଥନ କରିଥିଲେ, ଯାହାଫଳରେ ଝଗଡ଼ା ଆହୁରି  ବଢ଼ିଥିଲା। ଏହି ସମୟରେ ମହେଶ୍ବରଙ୍କ ଭାଇ ତାଙ୍କୁ ଫୋନ କରିବାରୁ ଅନ୍ୟ ଜଣେ ଫୋନ ଉଠାଇଥିଲେ। ଫୋନ ଉଠାଇବା ପରେ ଜୋରରେ ପାଟି ଶୁଭିବାରୁ ସେ ତୁରନ୍ତ ନିଜ ପରିବାରକୁ ଫୋନ କରି ଏବିଷୟରେ ଜଣାଇଥିଲେ।

ସୂଚନା ପାଇ ମହେଶ୍ବରଙ୍କ ପରିବାର ତାଙ୍କ ଶଶୁର ଘରେ ପହଞ୍ଚିବା ପରେ ମହେଶ୍ବର ମୃତଦେହ ପଡ଼ିଥିବାର ଦେଖିଥିଲେ। ତୁରନ୍ତ ଏନେଇ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ। ଏବେ ମହେଶ୍ବରଙ୍କ ପରିବାର ରାଣୀଙ୍କ ପରିବାର ଉପରେ ହତ୍ୟା ଆରୋପ ଲଗାଇଥିବା ବେଳେ ତଦନ୍ତ କରୁଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button