ଅପରାଧ

ଶାଶୂ ସୁଚିତ୍ରା ହତ୍ୟା ମାମଲା: ଜେଲ୍‌ ଗଲା ବୋହୂ, ଶିଡ଼ି ତଳୁ ମିଳିଲା ରଡ୍‌ ଓ ରକ୍ତଭିଜା ଶାଢ଼ି – bajravana

[ad_1]

ଆକଟରୁ ଅସନ୍ତୋଷ, ଆତ୍ମରକ୍ଷା ରଡ୍‌ରେ ଗଲା ଜୀବନ

ବାରଙ୍ଗ/ତ୍ରିଶୁଳିଆ : ସ୍ଥାନୀୟ ମଧୁପୁର ଗାଁରେ ଘଟିଥିବା ସୁଚିତ୍ରା ସାହୁ(୫୮) ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ହୋଇଛି। ଶେଷରେ ଶାଶୂ ସୁଚିତ୍ରାଙ୍କୁ ରଡ୍‌ରେ ପିଟିପିଟି ହତ୍ୟା କରିଥିବା ମାନିଯାଇଛି ୪ ମାସର ଗର୍ଭବତୀ ବୋହୂ ସରସ୍ବତୀ(୨୨)। ପୁଞ୍ଜିଭୂତ ଅସନ୍ତୋଷରୁ ସରସ୍ବତୀ ଏଭଳି କାଣ୍ଡ କରିବସିଥିଲା ବୋଲି ସ୍ବୀକାର କରିଛି। ହତ୍ୟାକାଣ୍ଡର ସିନ୍‌ ରିକ୍ରି‌ଏସନ୍‌ ବେଳେ ସରସ୍ବତୀ ଶିଡ଼ି ତଳେ ଲୁଚାଇଥିବା ରକ୍ତଭିଜା ଶାଢ଼ି ଓ ହତ୍ୟାରେ ବ୍ୟବହୃତ ରଡ୍‌କୁ ନିଜେ ବାହାର କରି ପୁଲିସକୁ ଦେଇଛି। ଆଜି ବାରଙ୍ଗ ଥାନା ପୁଲିସ ସରସ୍ବତୀଙ୍କୁ କୋର୍ଟ ଚାଲାଣ କରିଛି ଏବଂ ସେଠାରୁ ତାକୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଏଡିସିପି ଅନିଲ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଆକସ୍ମିକ ହତ୍ୟାକାଣ୍ଡ ଥିଲା। ଏଥିପାଇଁ ବୋହୂ ସରସ୍ବତୀ କୌଣସି ଯୋଜନା କରିନଥିଲା କି ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ। ଶାଶୂ ସୁଚିତ୍ରାଙ୍କ ପ୍ରତି ସରସ୍ବତୀ ମନରେ ଭରି ରହିଥିବା ଦୀର୍ଘ ଦିନର ଅସନ୍ତୋଷ ହଠାତ୍ ବଢ଼ିଯିବାରୁ ଏଭଳି ଅଘଟଣ ଘଟିଛି। ନିଜେ ସରସ୍ବତୀ ସବୁ କିଛି ସ୍ବୀକାର କରିଥିବା ଏଡିସିପି ଶ୍ରୀ ମିଶ୍ର କହିଛନ୍ତି।

ଆକଟରୁ ଅସନ୍ତୋଷ
ପୁଲିସକୁ ସରସ୍ବତୀ ଦେଇଥିବା ବୟାନ ଅନୁସାରେ ଶାଶୂ ସବୁବେଳେ ତାକୁ କଡ଼ା କଟକଣା ଭିତରେ ରଖିବାକୁ ଚାହୁଥିଲେ। ଘରେ ହେଉ କି ବାହାରକୁ ଗଲେ, ଆଜିକାଲିର ପୋଷାକପତ୍ର ପିନ୍ଧିବାକୁ ବାରଣ କରୁଥିଲେ। ଏମିତିକି ଢଙ୍ଗରେ ଶାଢ଼ି ପିନ୍ଧିବାକୁ କହି ଗାଳି କରୁଥିଲେ। ଏଥିସହିତ ବାପଘରୁ ସୋଫା ଆଣିବାକୁ କହି କେତେଥର ଅପମାନ ଦେଇଥିଲେ। ସବୁବେଳେ କଡ଼ା ଭାଷା‌ରେ କଥା କହୁଥିଲେ। ୩ ବର୍ଷର ବୋହୂ ହୋଇଥିଲେ ବି କେତେବେଳେ ବି ଭଲ ମଧୁର କଥା ପଦେ ତାଙ୍କ ମୁହଁରୁ ସେ ଶୁଣିନଥିଲା। ଘରର ବୋହୂ ହୋଇଥିଲେ ବି କୌଣସି କଥାରେ ତା’ର ସ୍ବାଧୀନତା ନଥିଲା। ଘରର କୌଣସି ଭଲମନ୍ଦରେ ତାକୁ କିମ୍ବା ଶ୍ବଶୁର ଚତୁର୍ଭୁଜଙ୍କୁ ପଚରା ଯାଉନଥିଲା। ସବୁ ନିଷ୍ପତ୍ତି ଶାଶୂ ସୁଚିତ୍ରା ଓ ସ୍ବାମୀ ସରୋଜ ନେଉଥିଲେ। ଏସବୁ ସରସ୍ବତୀକୁ ଭଲ ଲାଗୁନଥିଲା। କିନ୍ତୁ ପ୍ରତିବାଦ କରିବାର ଜୁ’ ନଥିଲା। ସ୍ବାମୀ ସରୋଜ ଭଲ ପାଉଥିଲେ ବି ସବୁବେଳେ ସବୁ କଥାରେ ମା’ ପକ୍ଷରେ ରହୁଥିବାରୁ ସରସ୍ବତୀ ଏକୁଟିଆ ଅନୁଭବ କରୁଥିଲା। ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଟାଟାରେ ରହି ଆସିଥିବା ସୁଚିତ୍ରାଙ୍କ ଆଚରଣ ସେମିତି ଥିଲା ବୋଲି ଜଣାପଡ଼ିଛି। ଏମିତିକି ପୂର୍ବରୁ ଏନେଇ ଶାଶୂ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ସବୁଠୁ ବଡ଼ କଥା ହେଉଛି ସୁଚିତ୍ରାଙ୍କ କଥା ବେଶ୍ କଟୁ ହୋଇଥିଲେ ମଧ୍ୟ ସେ ବୋହୂ ଭାବେ ଭଲ ପାଉଥିଲେ ବୋଲି ନିଜେ ସରସ୍ବତୀ ସ୍ବୀକାର କରିଛି। ସେଥିପାଇଁ ଶାଶୂ ବୋହୂଙ୍କ ଝଗଡ଼ା ଘରର ଚାରିକାନ୍ଥ ଡେଇଁ ଦାଣ୍ଡକୁ ଆସୁନଥିଲା।

ଆତ୍ମରକ୍ଷା ରଡ୍‌ରେ ଗଲା ଜୀବନ
୬ ତାରିଖ ଦିନ ସରୋଜ ଭଣଜାକୁ ପଢ଼ୁଆଁ କରିବାକୁ ବ୍ରହ୍ମପୁର ଯାଇଥିଲେ। ରାତିରେ ଘରକୁ ନ ଫେରି ସେ ଭଉଣୀ ଘରେ ରହିଯାଇଥିଲେ। ତେଣୁ ଗର୍ଭବତୀ ବୋହୂକୁ ଏକୁଟିଆ ଶୋଇବାକୁ ନ ଦେଇ ସୁଚିତ୍ରା ପୁଅବୋହୂଙ୍କ ଶୋଇବା ଘରେ ଶୋଇଥିଲେ। ପୁଣି କୌଣସି ଅଘଟଣ ଘଟିବା ଆଶଙ୍କାରେ ସୁଚିତ୍ରା ନିଜ ମୁଣ୍ଡ ପାଖରେ ଏକ ଷ୍ଟିଲ୍‌ ରଡ୍‌ ରଖି ଶୋଇଥିଲେ। ଟାଟାରେ ରହିବା ବେଳରୁ ଏହା ତାଙ୍କର ଅଭ୍ୟାସ ଥିଲା। ଶାଶୂ ବୋହୂ ଏକାଠି ଗୋଟିଏ ଖଟରେ ଶୋଇବା ଭିତରେ ପୁଣି ଆରମ୍ଭ ହୋଇଥିଲା ଝଗଡ଼ା। ଶାଢ଼ି ପିନ୍ଧାକୁ ନେଇ ସୁଚିତ୍ରା ଆକଟ କରିଥିଲେ ଏବଂ ଲାଇଟ୍‌ ଜଳାଇବାକୁ ବାଧ୍ୟ କରିଥିଲେ। ଲାଇଟ୍‌ ଜଳିବା ଯୋଗୁଁ ସରସ୍ବତୀକୁ ନିଦ ଲାଗିନଥିଲା। ତେଣୁ କଥା କଟାକଟି ହୋଇଥିଲା। କିଛି ସମୟ ପରେ ସୁଚିତ୍ରା ନିଘୋଡ଼ ନିଦରେ ଶୋଇପଡ଼ିଥିଲେ ହେଁ ସରସ୍ବତୀକୁ ନିଦ ହୋଇନଥିଲା। ରାତି ପ୍ରାୟ ୨ଟା ବେଳେ ହଠାତ୍ ସରସ୍ବତୀ ମୁଣ୍ଡରେ ଭୂତ ସବାର ହୋଇଥିଲା। ସୁଚିତ୍ରାଙ୍କ ମୁଣ୍ଡ ପାଖରୁ ରଡ୍‌ ନେଇ ସେ ତାଙ୍କ ମୁଣ୍ଡକୁ ପିଟି ଚାଲିଥିଲା। ଛଟପଟ ହୋଇ ସେଇ ଖଟରେ ଆଖି ବୁଜିଦେଇଥିଲେ ସୁଚିତ୍ରା। ମୃତ୍ୟୁ ପୂର୍ବରୁ ପୁଅ ସରୋଜର ନାଁ ନେଇ ସେ ସବୁଦିନ ପାଇଁ ନିରବ ହୋଇଯାଇଥିଲେ ବୋଲି ପୁଲିସକୁ କହିଛି ସରସ୍ବତୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button