ବିଏମସିର କଠୋର ଆଭିମୁଖ୍ୟ: ଅଧିକ ରାଜସ୍ବ ବକେୟା ଥିବା ଗୃହ ଓ ଅନୁଷ୍ଠାନକୁ ପଠାଇବ ଡିମାଣ୍ଡ ନୋଟିସ୍ – bajravana
[ad_1]
ହୋଲ୍ଡିଂ ଟ୍ୟାକ୍ସ ଦେବା ପାଇଁ ବୁଲିବ ସଚେତନତା ରଥ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାଜସ୍ବ ବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମସି) ନେଇଛି ସ୍ଵତନ୍ତ୍ର ପଦକ୍ଷେପ ନେଇଛି। ଟ୍ୟାକ୍ସ ଫାଙ୍କିଥିବା ବା ସମ୍ପତ୍ତିର ସଠିକ ଆକଳନ କରିନଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଅଧିକ ଟ୍ୟାକ୍ସ ବକେୟା ରଖିଥିବା ମାଲିକମାନଙ୍କୁ ନୋଟିସ ଦିଆଯିବା ସହ ଆବଶ୍ୟକ ହେଲେ ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବ ବିଏମସି।
Sambad is now on WhatsApp
Join and get latest news updates delivered to you via WhatsApp
ଜନସାଧାରଣଙ୍କୁ ବିଲମ୍ସି ଅନଲାଇନ୍ରେ ଏବଂ ଅଫଳାଇନ୍ରେ ଟ୍ୟାକ୍ସ ପୈଠ କରିବାକୁ କହିଛି। ଟ୍ୟାକ୍ସ ପୈଠ ପାଇଁ ସଚେତନତା ସୃଷ୍ଟି କରିବାକୁ ଯୋନ ସ୍ତରରେ ସଚେତନତା ରଥ ବୁଲି ବାକୁ କହିଛି।
ସେହିପରି ସଫେଇ ଗାଡ଼ିରେ ମଧ୍ୟ ସଚେତନତା କରାଯିବାକୁ ଯୋଜନା ରହିଛି। ଚଳିତବର୍ଷରେ ବିଏମସିରେ ରାଜସ୍ବ ୧୧୫ କୋଟି ଆଦାୟ ଲକ୍ଷ ରଖାଯାଇଥିବା ବେଳେ ମାତ୍ର ୨୬ ପ୍ରତିଶତ ଟ୍ୟାକ୍ସ ସଂଗ୍ରହ ହୋଇଛି। ଲୋକଙ୍କ ଟ୍ୟାକ୍ସ ପୈଠ ନକରିବାକୁ ଲକ୍ଷ୍ୟରେ ରଖି କଠୋର ହୋଇଛି ବିଏମସି। ଏନେଇ ଆଜି ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
[ad_2]