ଅପରାଧ

ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା ପୁଲିସ; ଭିଡିଓ ଭାଇରାଲ୍‌ ‌ପରେ ଆରମ୍ଭ ହେଲା ତଦନ୍ତ – bajravana

[ad_1]

ସୀତାମାଢ଼ି: ବିହାରର ସୀତାମାଢ଼ି ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ପିଟୁଥିବା ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ପୁଲିସ କହିଛି ଯେ, ଗୋଟାଏ ଅପହରଣ ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍‌ ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉକ୍ତ ପୁଲିସ କର୍ମଚାରୀଜଣକ ଉଦ୍ୟମ କରୁଥିଲେ।

ଭିଡିଓରେ ଦେଖାଯାଉଛି, ଉତ୍ତ୍ୟକ୍ତ ଜନତା ଚିତ୍କାର କରୁଥିବା ବେଳେ ସୁରାସାନ୍ଦ ଥାନା ଭାରପ୍ରାପ୍ତ ଅଧିକାରୀ ରାଜକିଶୋର ସିଂହ ସୁରସାନ୍ଦ ବଜାର ରାସ୍ତା ଉପରେ ଉକ୍ତ ମହିଳାଙ୍କୁ ଠେଙ୍ଗାରେ ଏକାଧିକ ପାହାର ପିଟୁଛନ୍ତି। ଘଟଣା ସମୟରେ ପୁଲିସ ଅଧିକାରୀ ନିଜ ୟୁନିଫର୍ମ ପିନ୍ଧିଥିଲେ।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତ୍ତିରେ ସୀତାମାଢ଼ି ପୁଲିସ କହିଛି, ରାସ୍ତା ଉପରେ ମାଡ଼ଗୋଳ କରୁଥିବା ୨ଜଣ ମହିଳାଙ୍କୁ ଘଉଡ଼ାଇବା ପାଇଁ ପୁଲିସ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିଥିଲା। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି।

‘ଏସ୍‌ଡିପିଓ’ ବିନୋଦ କୁମାର ଏକ ଭିଡିଓ ବିବୃତିରେ କହିଛନ୍ତି, ଘଟଣା ଜଣେ ଝିଅ ଅପହରଣ ସହିତ ଜଡ଼ିତ। ଅପହୃତା ଝିଅକୁ ଉଦ୍ଧାର କରାଯାଇଛି। କିନ୍ତୁ, ଥାନାକୁ ଆସିଥିବା ଦୁଇ ଗୋଷ୍ଠୀ ଥାନା ବାହାରେ ନିଜ ନିଜ ମଧ୍ୟରେ ବାଡ଼ାପିଟା ଲାଗିଲେ। ଫଳରେ ରାସ୍ତାରେ ‘ଟ୍ରାଫିକ୍‌ ଜାମ୍‌’ ହେଲା। ଉତ୍ତ୍ୟକ୍ତ ଜନତାକୁ ଘଉଡ଼ାଇବା ଲାଗି ପୁଲିସ ଲାଠି ଚଳାଇଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button