ଖେଳ ଖବର

ଦୀପ୍ତିଙ୍କ ୫ ୱିକେଟ୍‌, ରିଚାଙ୍କ ୯୬ ବେକାର: ଭାରତ ୩ ରନ୍‌ରେ ହାରିଲା, ଶୃଙ୍ଖଳା ବି ଗଲା – bajravana

[ad_1]

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଦୀପ୍ତି ଶର୍ମାଙ୍କ ପ୍ରଥମ ୫ ୱିକେଟ୍ ସଫଳତା ଏବଂ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ରିଚା ଘୋଷଙ୍କ ଲଢ଼ୁଆ ୯୬ ରନ୍‌ ଶେଷରେ ବେକାର ଯାଇଛି। ଭାରତୀୟ କ୍ଷେତ୍ରରକ୍ଷକମାନେ ମୋଟ ୭ କ୍ୟାଚ୍‌ ହାତଛଡ଼ା କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ୨୫୮ ରନ୍ କରି ନେଇଥିଲା। ବ୍ୟାଟର୍ ମାନେ ମ୍ୟାଚ୍‌କୁ ଠିକଣା ଭାବେ ଫିନିସ୍ ନ କରିପାରିବାରୁ ଭାରତ ମାତ୍ର ୩ ରନ୍‌ରେ ହାରିଯାଇଛି। ଏଥି ସହିତ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ମହିଳା ୨-୦ରେ ଆଗୁଆ ଜିତି ନେଇଛି। କ୍ୟାଚ୍ ହାତଛଡ଼ା ହିଁ ଶେଷରେ ଫଳାଫଳରେ ବଡ଼ ଫରକ ପକାଇଛି। ଦୀପ୍ତି ଶର୍ମା ବୋଲିଂରେ କମାଲ୍ କରିଥିଲେ ମଧ୍ୟ ବ୍ୟାଟିଂ ବେ‌ଳକୁ ୩୬ ବଲ୍‌ରୁ ୨୪* ରନ୍‌ କରି ମ୍ୟାଚ୍‌କୁ ଫିନିସ୍ କରିପାରି ନଥିଲେ। ଯେଉଁ ୭ଟି କ୍ୟାଚ୍‌ ହାତଛଡ଼ା ହୋଇଥିଲା ସେଥିରେ ମଧ୍ୟ ଦୀପ୍ତିଙ୍କ ଗୋଟିଏ ଆଲୋଡ଼ା ‌ଯୋଗଦାନ ରହିଥିଲା। ଫଳରେ ଗୋଟିଏ ମ୍ୟାଚ୍‌ରେ ନାୟିକାରୁ ଖଳ ନାୟିକା ପାଲଟିଯାଇଥିଲେ ଦୀପ୍ତି।

ଫୋଏବି ଲିଚଫିଲଲ୍ଡ (୬୩), ଏଲିସା ପେରି (୫୦), ଆଲନା କିଙ୍ଗ (୨୮*)ଙ୍କ ବଳରେ ଅଷ୍ଟ୍ରେଲିଆ ୨୫୮/୮ରେ ସୀମିତ ରହିଥିଲା। ଦୀପ୍ତି ଶର୍ମା ୧୦-୦-୩୮-୫ ବୋଲିଂ ଚିତ୍ର ପାଇଥିବାବେଳେ ପୂଜା ବସ୍ତ୍ରକାର, ଶ୍ରୟଙ୍କା ପାଟିଲ, ସ୍ନେହ ରାଣା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରିଚା ଘୋଷ (୧୧୭ ବଲ୍‌ରୁ ୯୬ ରନ୍‌), ଜେମିମା ରଡ୍ରି‌ଗ୍ବେଜ୍ (୫୫ ବଲ୍‌ରୁ ୪୪ ରନ୍‌), ସ୍ମୃତି ମନ୍ଧାନା (୩୮ ବଲ୍‌ରୁ ୩୪ ରନ୍), ଦୀପ୍ତି ଶର୍ମା (୩୬ ବଲ୍‌ରୁ ୨୪* ରନ୍) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଭାରତ ବିଜୟ ରେଖା ଟପିପାରିନଥିଲା। ଆନାବେଲ୍ ସଦରଲାଣ୍ଡ୍‌ ୩ ୱିକେଟ୍ ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button