ଖାଦ୍ୟରେ ପୋକ ବାହାରିବା ଜାଣି ବି ଅନ୍ୟ ଯାତ୍ରୀଙ୍କୁ ପରଶା ଯାଇଥିଲା : ବିମାନ ଯାତ୍ରୀ – bajravana
[ad_1]
ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଜଣେ ମହିଳା ନିଜର ଦୁଃଖଦ ଅନୁଭବକୁ ସମସ୍ତଙ୍କ ସହିତ ବାଣ୍ଟିଛନ୍ତି। ଉକ୍ତ ମହିଳା ଜଣକ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଖାଦ୍ୟ ବିଶେଷଜ୍ଞ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଦିଲ୍ଲୀର ଖାଦ୍ୟ ବିଶେଷଜ୍ଞ ଖୁସବୁ ଗୁପ୍ତା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଖୁସବୁ ଲେଖିଛନ୍ତି,‘ ଡିସେମ୍ବର ୨୯ ତାରିଖ ସକାଳେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ମୁଁ ଇଣ୍ଡିଗୋ ବିମାନରେ ବସିଥିଲି। ଏହି ସମୟରେ ବିମାନରେ ମିଳିଥିବା ଏକ ସ୍ୟାଣ୍ଡଉଇଜକୁ ଖାଉଥିଲି। ଗୋଟିଏ ଥର ପାଟିକୁ ନେବା ପରେ ଏଥିରୁ ଏକ ପୋକ ବାହାରିବା ମୁଁ ଦେଖିବାକୁ ପାଇଥିଲି। ଯାହାର ଫଟୋ ଓ ଭିଡିଓ ଉଠାଇବା ସହିତ ଖାଦ୍ୟ ବିତରଣ ଦାୟିତ୍ବରେ ଥିବା ବିମାନର କ୍ରୁ ସଦସ୍ୟଙ୍କୁ ଜଣାଇଥିଲି। କିନ୍ତୁ ସେମାନେ ମୋତେ ସେଇଟିକୁ ବଦଳାଇ ଦେବି ଆଉ ଗୋଟିଏ ସ୍ୟାଣ୍ଡଉଇଚ୍ ନେବାକୁ କହିଥିଲେ । କିନ୍ତୁ ମୋର ଅଭିଯୋଗ ପରେ ବି ଅନ୍ୟ ଯାତ୍ରୀମାନଙ୍କୁ ସ୍ୟାଣ୍ଡଉଇଚ୍ ପରଶିଥିଲେ।
ମୁଁ ଯେଉଁ ବିମାନରେ ଯାତ୍ରା କରୁଥିଲି ସେହି ବିମାନରେ ବୃଦ୍ଧ, ପିଲାଙ୍କ ସମେତ ଅନ୍ୟ ଯାତ୍ରୀମାନେ ବି ଉପସ୍ଥିତ ଥିଲେ। ଜାଣିଶୁଣି ଯାତ୍ରୀଙ୍କୁ ଏଭଳି ଖାଦ୍ୟ ପରସା ଯିବା ପରେ ଯଦି କୌଣସି ସଂକ୍ରମଣ ହୁଏ ତେବେ ଏଥିପାଇଁ କିଏ ଦାୟୀ ହେବ।’
ଯାତ୍ରୀଙ୍କ ଏଭଳି ଅଭିଯୋଗ ପରେ ଏୟାରଲାଇନ୍ସର ପକ୍ଷରୁ କହାଯାଇଛି କି, ‘‘ଯାତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଆମେ ଆଉ କୌଣସି ଯାତ୍ରୀଙ୍କୁ ସ୍ୟାଣ୍ଡଉଇଜ ପ୍ରଦାନ କରି ନଥିଲୁ। ଯାତ୍ରା ସମୟରେ ଯାତ୍ରୀଙ୍କ ଖାଦ୍ୟ, ପାନୀୟ ପ୍ରତି ଆମେ ଯଥେଷ୍ଟ ଦୃଷ୍ଟି ଦେଇଥାଉ। ଏହା ସତ୍ତ୍ବେ ଯଦି କୌଣସି ଯାତ୍ରୀଙ୍କୁ ଏନେଇ ଅସୁବିଧା ହୋଇଛି ଆମେ କ୍ଷମା ମାଗୁଛୁ। ଘଟଣାର ଯାଞ୍ଚ ଜାରି ରହିଛି। ଯାଞ୍ଚ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’
[ad_2]