ଖେଳ ଖବର

ପଡ଼ିଆରେ ସଠିକ୍ ନିଷ୍ପତ୍ତି ନେଇପାରୁନାହାନ୍ତି ପାଣ୍ଡ୍ୟା, ୨ଥର ହାରିଲାଣି ଏମଆଇ ! – bajravana

[ad_1]

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୨ଥର ହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବୁଧବାର ଆଇପିଏଲ୍ ୨୦୨୪ ର ଅଷ୍ଟମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା ସନରାଇଜର୍ସ ହାଇଦ୍ରାବାଦ୍। ମୁମ୍ବାଇ ଇଣ୍ଡିଆନ୍ସ ୨୪୬ରନ୍ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ୍ ୨୭୭ରନ୍ କରିଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲରମାନଙ୍କୁ ଠିକ୍ ଭାବରେ ସ୍ଥାନିତ କରାଯାଇନଥିବାରୁ ଟିମ୍ ମ୍ୟାଚ୍ ହାରିଥିବା ଅନେକ ଦିଗ୍ଗଜ ମତ ରଖିଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଓ ଇରଫାନ ପଠାନ ମଧ୍ୟ ଏକ୍ସରେ ପୋଷ୍ଟ କରି ପାଣ୍ଡ୍ୟାଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇରଫାନ ପଠାନ ଏକ୍ସରେ ପୋଷ୍ଟ କରିଛନ୍ତି ‌ଯେ, “ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଅତି ସାଧାରଣ ରହିଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ଯେତେବେଳେ ଜଣେ ଭଲ ବୋଲରଙ୍କ ଆବଶ୍ୟକତା ଥିଲା ସେତେବେଳେ ବୁମରାଙ୍କୁ ଦୀର୍ଘ ସମୟ ଧରି ବୋଲିଂ କରିବାକୁ ନଦେବାଟା ମୋତେ ବୁଝା ପଡ଼ିନଥିଲା। ”

ସେହିଭଳି ୟୁସୁଫ ପଠାନ୍ ଲେଖିଛନ୍ତି ଯେ, “ସନରାଇଜର୍ସ ହାଇଦ୍ରାବାଦ୍ ୧୧ଓଭରରେ ୧୬୦ରନ୍ ସ୍କୋର କରିଥିଲା ଏବଂ ସେପର୍ଯ୍ୟନ୍ତ ବୁମ‌ରାଙ୍କୁ କେବଳ ଗୋଟିଏ ଓଭର ଦିଆଯାଇଥି‌ଲା? ବିରୋଧୀ ଦଳ ରନ୍ ବର୍ଷା କରୁଥିବା ବେଳେ କୌଣସି ଦଳର ଶ୍ରେଷ୍ଠ ବୋଲର ସେ ସମୟରେ ବୋଲିଂ କରିବା ଉଚିତ୍ । ଏଥିରେ ମୋତେ  ଅଧିନାୟକତ୍ବ ସଠିକ୍ ନଥିବା ଭଳି ଲାଗୁଛି।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button