ଇଣ୍ଡିଆନ ଓମେନ୍ସ ଲିଗ-୨ : ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ରେ ହରାଇଲା ଓଡ଼ିଶାର ନିତା ଫୁଟବଲ ଏକାଡେମୀ – bajravana
[ad_1]
କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ଓମେନ୍ସ ଲିଗ-୨ର ଏକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ଏକ ଚମତ୍କାର ବିଜୟ ହାସଲ କରିଛି । ଦଳ ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିକାପୂର୍ଣ୍ଣ ମ୍ୟାଚରେ ନିତା ଏକାଡେମୀର ପ୍ରିୟା ରୁଇ ଦାସ ପ୍ରଥମେ ଗୋଲ କରି ନିଜ ଦଳକୁ ଅଗ୍ରଣୀ କରିଥିଲେ । ଏହା ପରେ ପରେ ନିବେଦିତା ନାୟକ ବି ଏକ ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ । କିନ୍ତୁ ଏହା ପରେ ପରେ କ୍ରୀଡ଼ା ପ୍ରବୋଧିନୀ ପକ୍ଷରୁ ଲଗାତାର ୨ଟି ଗୋଲ ଦିଆଯାଇଥିଲା । ତେବେ ଶେଷରେ ପ୍ରିୟା ରୁଇ ଦାସ ପୁଣି ଏକ ଗୋଲ ଦେଇ ନିଜ ଦଳ ପାଇଁ ଏକ ଚମତ୍କାର ବିଜୟ ଆଣି ଦେଇଥିଲେ । ଏହି ବିଜୟ ସହ ନିତା ଫୁଟବଲ ଏକାଡେମୀ ବହୁମୂଲ୍ୟ ୩ ପଏଣ୍ଟ ହାସଲ କରି ଆଇଡବ୍ଲୁ-୨ ଚାମ୍ପିଅନସିପ୍ ପାଇଁ ନିଜର ଆଶାକୁ ଉଜ୍ଜଳ କରିଛି । ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାରୁ ଗ୍ରୁପ-ବିରେ ପ୍ରଥମ ୨ଟି ସ୍ଥାନରେ ରହିବା ନିଶ୍ଚିତ ମନେହେଉଛି । ଦଳର ଏହି ସଫଳତା ପାଇଁ ନିତା ଫୁଟବଲ ଏକାଡେମୀର ଅଧ୍ୟକ୍ଷ ଇଂ ସୁବ୍ରତ ମହାନ୍ତି ଏକେଡେମୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
[ad_2]