ଓଡିଶା

ଇଓଡବ୍ଲ୍ୟୁରେ ଅଭିଯୋଗ: ଦଲାଲ ବିକିଲେ ବିଡିଏ ଜମି – bajravana

[ad_1]

ଭୁବନେଶ୍ୱର: ଆର୍ଥିକ ଅନଗ୍ରସରଙ୍କ ପାଇଁ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପାଇଁ ବିଡିଏକୁ ମିଳିଥିବା ଜମିକୁ ବିକି ଦେଇଛନ୍ତି ଦଲାଲ। ବିଡିଏ ଜବରଦଖଲ ଭାବି ଉଚ୍ଛେଦ ପାଇଁ ପହଞ୍ଚିବା ବେ‌ଳକୁ ସେମା‌ନେ ଜମି କିଣିଥିବା କାଗଜ ଦେଖାଉଛନ୍ତି। ଏକର କି ଦୁଇ ଏକର ନୁହେଁ, ପୂରା ୬୮.୪୪୫ ଏକର ଜାଗା ଦଲାଲମାନେ ଏଭଳି ବିକି ଦେଇଛନ୍ତି। ବେଆଇନ ଭାବେ କିଣିଥିବା କ୍ରେତାଙ୍କୁ ବିଡିଏ ନୋଟିସ୍‌ ଦେବା ସହ ଦଲାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଏତଲା ଦେଇଛି। ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଏଥିରେ ମାନସ ନାୟକଙ୍କ ସହ ଏକାଧିକ ଅଭିଯୁକ୍ତ ସାମିଲ୍‌ ଥିବା ବିଡିଏ କହିଛି।

ସୂଚନା ମୁତାବକ, ଶ୍ୟାମପୁର ମୌଜା ଅନାବାଦି ଖାତା ହୋଲ୍ଡିଂ ନଂ. ୨୪୫ରେ ବିଡିଏର ୬୮.୪୪୫ ଏକର ଜମି ରହିଛି। ୨୦୨୧ ମସିହାରୁ ଏହି ଜମି ବିଡିଏକୁ ଜିଏ ବିଭାଗରୁ ମିଳିଛି। ଏଠାରେ ‘ଆଫଡେବଲ୍‌ ହାଉସିଂ’ ଯୋଜନାରେ ବିଡିଏ ଗୃହ ନିର୍ମାଣ ପାଇଁ ଆଗେଇବା ବେଳେ ସାଂଘାତିକ ତଥ୍ୟ ପଦାକୁ ଆସିଛି। ଜବରଦଖଲ ହୋଇଥିବା ଅନୁମାନ କରି ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳେ ୩୬ ଜଣ ଲୋକ ଘର କରିଥିବା ଦେଖାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା କି ସେମାନେ ଏଠାରେ ଜାଗା କିଣିଛନ୍ତି!

ଯ‌ାଞ୍ଚରୁ ଜଣା ପଡ଼ିଛି ଯେ ବାଙ୍କୁଆଳର ମାନସ ନାୟକ ନାମକ ଜଣେ ବ୍ୟକ୍ତି ୮ଟି ଚୁକ୍ତିନାମା ପ୍ରସ୍ତୁତ କରି ୮ ଜଣଙ୍କୁ ଜମି ବିକି ଦେଇଛି। ବାସ୍ତବରେ ଖାତା ସଂଖ୍ୟା ୧୬୪ର ପ୍ଳଟ୍‌ ନଂ. ୨୨୪/୬୯ କିଣାବିକା ହୋଇଥିଲେ ମଧ୍ୟ ସେ ବେଆଇନ ଭାବରେ ବିଡିଏର ଏହି ଜମି ଉପରେ କ୍ରେତାମାନଙ୍କୁ ଦଖଲ ଦେଇଛନ୍ତି। ଠିକ୍‌ ସେହିଭଳି ଘାଟିକିଆର ବଂଶୀଧର ନାୟକ ନାମକ ଜଣେ ବ୍ୟକ୍ତି ନୟାଗଡ଼ର ପବିତ୍ର ନାହକଙ୍କୁ ଏକ ଜମି(ପ୍ଲଟ୍‌ ନଂ ୨୨୪/୬୮) ବିକିଛନ୍ତି। ଶ୍ୟାମପୁରର ଚରଣ ନାୟକ ମଧ୍ୟ ଏକ ଜମି (ପ୍ଲଟ୍‌ ନଂ ୨୨୪/୨୨) ବିକିଛନ୍ତି। କିନ୍ତୁ ଉଭୟ ମୂଳ ଜମି ଦଖଲ ନ ଦେଇ ବିଡିଏର ଏହି ସରକାରୀ ଜମିକୁ ଦଖଲ ଦେଇଛନ୍ତି। ସରକାରୀ ଜମି ହଡପ କରିବା ପାଇଁ ମାନସ, ବଂଶୀଧର ଓ ଚରଣ ଷଡ୍‌ଯନ୍ତ୍ର କରିଥିବା ବିଡିଏ ଏତଲାରେ ଉଲ୍ଲେଖ କରିଛି। ଏଥିପାଇଁ ଲକ୍ଷଲକ୍ଷ ଟଙ୍କା କାରବାର ହୋଇଥିବା ଆଶଙ୍କା କରାଯାଉଛି।

ଅନ୍ୟପଟେ ଏହି ୩ ଅଭିଯୁକ୍ତ ୧୦ ଜଣଙ୍କୁ ସରକାରୀ ଜାଗା ଦଖଲ ଦେଇଛନ୍ତି। ସେମାନେ ହେଉଛନ୍ତି ନୟା‌ଗଡ଼ର ପବିତ୍ର ନାହାକ, ଗଞ୍ଜାମ ବଣିଆମାରିର ଜୟନ୍ତୀ ମଲ୍ଲିକ, ଶରଣକୂଳ ଭାଲିଆଡିହିର ରୀତୁ ନାୟକ, ଗୋପାଳପୁର କେଦାପଲ୍ଲୀର ଅଲେଖ ନାୟକ, ନୟାଗଡ଼ ଆନନ୍ଦପଲ୍ଲୀର ସୁଶାନ୍ତ ନାହାକ, ମଙ୍ଗଳାଯୋଡ଼ିର ଶାନ୍ତିଲତା ବେହେରା, ନୟାଗଡ଼ ‌ତୋଡ଼ିବାରିର ରେବତୀ ସେନାପତି, ଶରଣକୂଳ ଗୋଡ଼ିପଡ଼ାର ବିଧି ନାହାକ, ଶରଣକୂଳ ମଗରବନ୍ଧର ରଞ୍ଜନ ନାଏକ ଓ ନୟାଗଡ଼ ଫତେଗଡ଼ ଦମୟନ୍ତୀ ନାୟକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଏ ଇଓଡବ୍ଲୁକୁ ଅନୁରୋଧ କରିଛି। ସରକାରୀ ଜାଗାରେ ଘର କରି ଏମାନେ ମଧ୍ୟ ୩ ଅଭିଯୁକ୍ତଙ୍କ ସହ ଷଡ୍‌‌ଯନ୍ତ୍ରରେ ସାମିଲ ହୋଇଥିବା ବିଡିଏ ଯୁକ୍ତି ବାଢ଼ିଛି। ତେବେ କେବଳ ବିଡିଏ ନୁହେଁ, ଜିଏ ବିଭାଗର ଏଭଳି ଏକର ଏକର ଜାଗା ବେଆଇନ ଭାବରେ କିଣାବିକା ଚାଲିଛି। ସୂଚନାଯୋଗ୍ୟ, ଏହି ଜବରଦଖଲ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଡିଏ ଏହି ଜବରଦଖଲକାରୀଙ୍କୁ ନୋଟିସ୍‌ ଦେଇଥିଲା। ଅନ୍ୟପଟେ ଏଠାରେ ଘର କରିଥିବା ଶିଖର ସେଠୀ, ଧୋବା ନାୟକ ଓ ଅରକ୍ଷୀତ ବେହେରା ଜମି ନିଜର ବୋଲି ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି। ସ୍ଥିତାବସ୍ଥା ଜାରି ଥିବାରୁ ବିଡିଏ ଏହାକୁ ଉଚ୍ଛେଦ କରିପାରୁ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button