ସେଞ୍ଚୁରିଅନ ଟେଷ୍ଟ ୨ୟ ଦିନ : ଦକ୍ଷିଣ ଆଫ୍ରିକା ୨୫୬/୫, ଭାରତଠାରୁ ୧୧ ରନରେ ଆଗୁଆ – bajravana
[ad_1]
ସେଞ୍ଚୁରିଅନ : ସେଞ୍ଚୁରିଅନ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୨୫୬ ରନ କରିଛି । ଏହା ସହିତ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୧ ରନରେ ଆଗୁଆ ହୋଇଯାଇଛି । ଖରାପ ଆଲୋକ ଯୋଗୁଁ ଆଜିର ଦିବସର ଖେଳକୁ ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ କରାଯାଇଥିଲା । ସେତେବେଳକୁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିନ୍ ଏଲଗାର ୧୪୦ ରନ କରି ଅପରାଜିତ ଥିବାବେଳେ କ୍ରିଜରେ ତାଙ୍କ ସହ ଅଛନ୍ତି ମାର୍କୋ ଜନସେନ । ଦଳ ପକ୍ଷରୁ ଡେଭିଡ୍ ବ୍ରାଣ୍ଡିଙ୍ଗହାମ୍ ୫୬ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ଟୋନି ଡି ଜୋରଜି ୨୮ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ବିକେଟ ନେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଭାରତ ନିଜର ପ୍ରଥମ ଇନିଂସରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେଏଲ ରାହୁଲ ୧୦୧ ରନ କରିଥିବାବେଳେ ବିରାଟ କୋହଲି ୩୮ ରନ ଓ ଶାର୍ଦ୍ଦୁଲ ଠାକୁର ୨୪ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।
[ad_2]