ଅସୁସ୍ଥ ଭାଇକୁ ସ୍ତ୍ରୀ ‘କିଡ୍ନି’ ଦାନ କରିଥିବା ଜାଣି ଛାଡ଼ପତ୍ର ଦେଲେ ସ୍ବାମୀ – bajravana
[ad_1]
ଗୋଣ୍ଡା: ଉତ୍ତର ପ୍ରଦେଶର ବୈରିୟାହି ଗାଁରେ ରହୁଥିବା ସ୍ତ୍ରୀ ତା’ର ଅସୁସ୍ଥ ଭାଇକୁ ‘କିଡ୍ନି’ (ବୃକ୍କ) ଦାନ କରିଥିବା ଜାଣି ସାଉଦି ଆରବରେ କାମ କରୁଥିବା ସ୍ବାମୀ ତାଙ୍କୁ ‘ହ୍ବାଟ୍ସ୍ଆପ୍’ରେ ତିନ୍ ତଲାକ୍ ଦେଇଥିବା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଗୃହୀତ ସୂଚନା ଅନୁସାରେ, ‘କିଡ୍ନି’ ଦାନ କରି ଭାଇର ଜୀବନ ରକ୍ଷା କରିବା ଲାଗି ସ୍ତ୍ରୀ ନିଷ୍ପତ୍ତି ନେବାରୁ ବିଶୃଙ୍ଖଳାର ସୂତ୍ରପାତ ହୋଇଥିଲା। ଭାଇକୁ ‘କିଡ୍ନି’ ଦାନ କରିଥିବ ବିଷୟରେ ସ୍ବାମୀଙ୍କୁ ‘ମେସେଜ୍’ କରିବାକ୍ଷଣି ସ୍ବାମୀ ତାଙ୍କୁ ‘ତିନ୍ ତଲାକ୍’ ଦେଲେ। ଏଭଳି ମହତ୍ କାର୍ଯ୍ୟର ଏଭଳି ପରିଣାମ ହେବ ବୋଲି ମହିଳାଜଣକ କଳ୍ପନା କରି ନ ଥିଲେ।
ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ସୂଚନାଯୋଗ୍ୟ, ୨୦୧୯ରୁ ଦେଶରେ ତିନ୍ ତଲାକ୍ ପ୍ରଥାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଘୋଷଣା କରାଯାଇଛି।
[ad_2]