ଅପରାଧ

ରୋଗିଣା ଝିଅର ତଣ୍ଟି କାଟିବା ମାମଲା: ଜେଲ୍‌ ହାଜତରେ ନୃଶଂସ ବାପା – bajravana

[ad_1]

ହସ୍ପିଟାଲରେ ମରଣ ସହ ଯୁଝୁଛି

ବାଲିଅନ୍ତା: ଅପପୁଷ୍ଟିର ଶିକାର ଶିଶୁକନ୍ୟା ସୁମିତ୍ରା ସିଂ(୩)ର ତଣ୍ଟି କାଟିଦେଇଥିବା ନୃଶଂସ ବାପା ଗଣେଶ୍ବର ସିଂକୁ ଆଜି ବାଲିଅନ୍ତା ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ ଭଳି ସଂଗିନ୍‌ ଦଫାରେ ତାକୁ କୋର୍ଟ ଚାଲାଣ କରାଯାଇଛି। ତେଣୁ ଜାମିନ ନାମଞ୍ଜୁର ହେବାରୁ ଗଣେଶକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ସେପଟେ ବିଚାରି ଶିଶୁକନ୍ୟା ସୁମିତ୍ରା କଟକ ବଡ଼ମେଡିକାଲରେ ଜୀବନ ମରଣ ସହ ଯୁଝୁଛି। ତା’ର ଜୀବନ ପ୍ରତି ବଡ଼ଧରଣର ବିପଦ ନଥିଲେ ବି ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ତାକୁ ଆଉ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ।

ବିଚାରି ଗରିବ ମା’ ପାନା ସିଂ ଝିଅକୁ ଜଗି ହସ୍ପିଟାଲରେ ରହିଛି ଏବଂ ଅର୍ଥାଭାବରୁ ଚିନ୍ତାରେ ଥିବା ଜଣାପଡ଼ିଛି। ଶିଶୁଟିକୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି ଜଣାପଡ଼ିଛି। ଗରିବୀ ଓ ମଦନିଶାର କରୁଣ ପରିଣତିରୁ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ବାଳକାଟି ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। କେଉଁଝର ଜିଲ୍ଲା ବଡ଼ସାହି ଥାନା ଅଧୀନ ବାହୁଡ଼ାସାହିର ଗଣେଶ୍ବର ସିଂ ଓ ତା’ ପତ୍ନୀ ପାନା ବା‌ଳକାଟି ନିକଟସ୍ଥ ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରନ୍ତି। ସେମାନଙ୍କର ଦୁଇ ଝିଅ ମଧ୍ୟରୁ ସୁମିତ୍ରା ବଡ଼। କିନ୍ତୁ ସେ ଜନ୍ମରୁ ଅପପୁଷ୍ଟିର ଶିକାର ଏବଂ ରୋଗିଣା। ଗଣେଶ ନିଶାଡ଼ି ଏବଂ ସବୁବେଳେ ମଦ ପିଇ ନିଶାରେ ଚୁର୍‌ ହୋଇରୁହେ। ନିଜ ରୋଜଗାର ବାଦ୍‌ ସେ ପତ୍ନୀ ପାନାଠାରୁ ଟଙ୍କା ନେଇ ମଦ ପିଇଦିଏ। ପାନା ଟଙ୍କା ନ ଦେଲେ ଗଣେଶ ତାଙ୍କୁ ମାରଧର କରେ। ବଡ଼ ଝିଅ ସୁମିତ୍ରାର ରୋଗାବସ୍ଥା ଗଣେଶକୁ ନିଶାସକ୍ତ କରିବା ଅନ୍ୟତମ କାରଣ। ତା’ ପିଛା ଟଙ୍କା ଖର୍ଚ୍ଚ କରି କରି ସ୍ବାମୀ-ସ୍ତ୍ରୀ ନାକେଦମ୍‌ ହୋଇ ପଡ଼ିଥିବା ବେଳେ ଗଣେଶ ବେଶି ବେଶି ମଦ ନିଶାରେ ପଡ଼ିଥିଲା। ଗତକାଲି ସୁମିତ୍ରା ଅଧିକ ଅସୁସ୍ଥ ହୋଇପଡ଼ିବାରୁ ପାନା ତାକୁ ମେଡିକାଲ ନେବାକୁ ବାହାରିଥିଲା। କିନ୍ତୁ ସେତିକିବେଳେ ଗଣେଶ ମଦ ପିଇବାକୁ ପାନାକୁ ଟଙ୍କା ମାଗିଥିଲା।

ଏହି କଥାକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ରାଗରେ ଗଣେଶ ପାନାଙ୍କୁ ପିଟିବା ସହ ହଠାତ୍ ଏକ ବ୍ଲେଡ୍‌ ଆଣି ସୁମିତ୍ରାର ତଣ୍ଟିରେ ଲଗାଇ ଦେଇଥିଲା। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ସୁମିତ୍ରା ସଂଜ୍ଞାହୀନ ହୋଇପଡ଼ିଥିଲା। ମା’ ପାନାର ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଗଣେଶକୁ କାବୁ କରିବା ସହ ଇଟାଭାଟି ସୁପରଭାଇଜର୍‌ ଶରତ ପରିଡ଼ାଙ୍କୁ ଡାକିଥିଲେ। ଶରତ ବାଳକାଟି ଫାଣ୍ଡି ପୁଲିସ ଓ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ଗୁରୁତର ଅବସ୍ଥାରେ ସୁମିତ୍ରାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ସେଠାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button