ଅପରାଧ

ଦୁର୍ନୀତି ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀ ପୋନମୁଡ଼ୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ – bajravana

[ad_1]

ଚେନ୍ନାଇ: ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଆଜି ମାଡ୍ରାସ୍‌ ହାଇକୋର୍ଟ ‘ଡିଏମ୍‌କେ’ ନେତା ତଥା ତାମିଲନାଡୁର ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ୫୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଦାଖଲ କରାଯାଇଥିବା ଡାକ୍ତରୀ ରେକର୍ଡ ଅନୁସାରେ, ମନ୍ତ୍ରୀ ପୋନମୁଡ଼ୀଙ୍କୁ ୭୩ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷ। ଏହି ମାମଲା ବହୁତ ପୁରୁଣା ହୋଇଥିବାରୁ ଏବଂ ସେମାନଙ୍କ ବୟସ ପ୍ରତି ଧ୍ୟାନ ଦେଇ ସର୍ବନିମ୍ନ ଦଣ୍ଡ ବିଧାନ କରିବା ଲାଗି ଦୁହେଁ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ତେଣୁ, ମନ୍ତ୍ରୀ କେ. ପ‌ୋନମୁଡ଼ୀଙ୍କୁ ୩ ବର୍ଷ ପାଇଁ ଶ୍ରମରହିତ କାରାଦଣ୍ଡ ଦେବା ସହିତ ଅଦାଲତ ତାଙ୍କ ଉପରେ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

ଏହାଛଡ଼ା, ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ଅନୁମତି ଦେଇ ମାଡ୍ରାସ୍‌ ହାଇକୋର୍ଟ ଉପରୋକ୍ତ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ, ୨୦୦୨ରେ ‘ଦୁର୍ନୀତି ନିବାରଣ ଓ ଦୁର୍ନୀତି ନିରୋଧୀ ନିର୍ଦେଶାଳୟ’ ପୋନମୁଡ଼ୀ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥି‌ଲା। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ‘ଏଆଇଏଡିଏମ୍‌କେ’ ସରକାର କ୍ଷମତାରେ ଥିବା ବେଳେ ଦୁହେଁ ୧.୪ କୋଟି ଟଙ୍କା ଅସାଧୁ ଉପାୟରେ ଉପାର୍ଜନ କରିଥିବା ଜଣାପଡ଼ିଥିଲା। କାରଣ, ଦୁହେଁ ସେତେବେଳେ ଉପାର୍ଜିତ ଅର୍ଥର ଉତ୍ସ କହିପାରି ନ ଥିଲେ।

କ୍ଷମତାରେ ଥିବା ବେଳେ ପୋନମୁଡ଼ୀ ଅସତ ଉପାୟରେ ଏତେ ପରିମାଣର ଅର୍ଥ ଉପାର୍ଜନ କରିଥିଲେ ବୋଲି ‘ଦୁର୍ନୀତି ନିବାରଣ ଓ ଦୁର୍ନୀତି ନିରୋଧୀ ନିର୍ଦେଶାଳୟ’ କହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button