ଆକ୍ରମଣ କରି ଅମୃତପାଲ ଖସିବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟର କଲା ପୁଲିସ – bajravana
[ad_1]
ଚଣ୍ଡୀଗଡ଼: ଆକ୍ରମଣ କରି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମୃତପାଲ ସିଂହ(୨୨) ଖସିବାକୁ ଚେଷ୍ଟା କରୁଥିବା ବେଳେ ଏନକାଉଣ୍ଟର କଲା ପୁଲିସ। ବୁଧବାର ସକାଳେ ଅମୃତସର ନିକଟରେ ଥିବା ଜାଣ୍ଡିଆଲା ଗୁରୁଠାରେ ଏହି ଏନକାଉଣ୍ଟର କରାଯାଇଛି। ହେରୋଇନ ଏବଂ ପାଖରେ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ କରିବା ପାଇଁ ଅମୃତପାଲକୁ ନେଇ ଜାଣ୍ଡିଆଲା ଗୁରୁ ଯାଇଥିଲା ପୁଲିସ। ଏହି ସମୟରେ ସେ ପୁଲିସ ଉପରେ ଆକ୍ରମଣ କରି ଖସିବାକୁ ଚେଷ୍ଟା କରିଥିବା ବେଳେ ପାଲଟା ଗୁଳି ଚାଳନା କରିଥିଲା ପୁଲିସ। ଏଥିରେ ଅମୃତପାଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମୀଣ ଅମୃତସରର ବରିଷ୍ଠ ପୁଲିସ ଅଧୀକ୍ଷକ ସତୀନ୍ଦର ସିଂ ନିଶ୍ଚିତ କରିଛନ୍ତି ଯେ, ପଚରାଉଚରା ବେଳେ ଅମୃତପାଲ ପ୍ରକାଶ କରିଥିଲା ଯେ ସେ ୨କେଜି ହେରୋଇନ ଲୁଚାଇ ରଖିଛି। ଏହାକୁ ଜବତ କରିବା ପାଇଁ ଆମେ ତାକୁ ଜାଣ୍ଡିଆଲା ଗୁରୁକୁ ଆଣିଥିଲୁ। ହେଲେ ସେ ହେରୋଇନ ଭିତରେ ରଖିଥିବା ପିସ୍ତଲ କାଢ଼ି ଆମ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ଅମୃତପାଲ ଉପରକୁ ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଥିଲା। ଗୁଳି ବାଜିବା ପରେ ଗ୍ୟାଙ୍ଗଷ୍ଟରକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା।”
ଅମୃତପାଲ ଜାଣ୍ଡିଆଲା ଗୁରୁ ନିକଟ ଭଗୱା ଗାଁର ବାସିନ୍ଦା ଥିଲା ଏବଂ ତିନୋଟି ହତ୍ୟା ମାମଲାରେ ସାମିଲ ଥିଲା। ଅମୃତପାଲର ଏନକାଉଣ୍ଟର ପରେ ପୁଲିସ ୨କେଜି ହେରୋଇନ ସହ ଚୀନ୍ ନିର୍ମିତ ପିସ୍ତଲ ଜବତ କରିଛି।
[ad_2]