newsଓଡିଶା

ଉପଜିଲ୍ଳାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ଯାଜପୁର, ତା ୧୫ା୭ :          ଯାଜପୁର ଜିଲ୍ଲା ରେ ଅବସ୍ଥାପିତ ଉପ ଜିଲ୍ଲା ପାଳ ଡଃ ଶରତ ଚନ୍ଦ୍ର ମହାପାତ୍ରଙ୍କର କଟକ ଜିଲ୍ଳା ଅତିରିକ୍ତ ଅବକାରୀ କମିଶନର ଭାବେ ବଦଳି ହୋଇଚ୍ଥି ।  ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ପାଳଙ୍କ ସମ୍ମିଳନୀ ଗୃହରେ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ  କରାଯାଇଥିଲା । ଏହି ସଭାରେ ଭାରପ୍ରାପ୍ତ ଜିଲ୍ଲା ପାଳ ଅକ୍ଷୟ କୁମାର ମଲ୍ଲିକ ସଭାପତିତ୍ୱ କରି କହିଲେ ଯେ, ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଡଃ ମହାପାତ୍ର ନିଜ ବିଭାଗ ତଥା ବ୍ଳକ ସ୍ତରୀୟ  କାର୍ଯ୍ୟକୁ ଅତି ଦକ୍ଷତାର ସହ ସମ୍ପାଦନ କରିଆସିଚ୍ଥନ୍ତି ।  ଯାହା ପଂଳରେ ଜିଲ୍ଲା ପ୍ରଶାସନର କାର୍ଯ୍ୟଧାରା ସନ୍ତୋଷଜନକ ହୋଇପାରିଚ୍ଥି ।  ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସେ ଅଧସ୍ଥନ ମହଲରେ ବେଶ ସୁନାମ ଅର୍ଜନ କରିଚ୍ଥନ୍ତି । ବିଶେଷ କରି ମା’ ବିରଜା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଭାବେ ତାଙ୍କ ପରିଚାଳନାର ଦକ୍ଷତା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ।  ଉପଜି ଜିଲ୍ଲା ଡଃ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯାଜପୁର ଜିଲ୍ଲା ରେ ମୋର ସ୍ୱଳ୍ପ କାର୍ଯ୍ୟକାଳ ରହିଲେ ମଧ୍ୟ ମୋତେ ବେଶ ଆନନ୍ଦ ପ୍ରଦାନ କରିବା ସହିତ ଜିଲ୍ଳ୍‌ା ପ୍ରତି ମୋର ଆତ୍ମିୟତା ବଢିଯାଇଚ୍ଥି ।  ଏଥିପାଇଁ ସମସ୍ତ ସହଯୋଗୀ ଓ ସହକର୍ମୀ ମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ସେହିପରି ଆଜି ସମାନ୍ତର ଭାବେ ନବ ନିଯୁକ୍ତ ଉପ ଜିଲ୍ଲା ପାଳ ଗୋପୀନାଥ କୁଅଁରଙ୍କୁ ଉକ୍ତ ସମ୍ୱର୍ଦ୍ଧନା ସଭାରେ ସ୍ୱାଗତ କରାଯାଇଥିଲା ।  ପରେ ପରେ ଜିଲ୍ଳ୍‌ା ସର୍କିଟ ହାଉସ ଠାରେ ମଧ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।  ଏହି ସଭାରେ ଡଃ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଚ୍ଥ, ଉତ୍ତରୀୟ ଓ ଉପଢୈାକନ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା ।  ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ,  ଡେପୁଟୀ କଲେକ୍ଟର ଅସ୍ମିତା ଦାଶ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲା ପାଳ  ତିଳୋତ୍ତମା ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ ବୁଧଦେବ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଲା ଜରୁରୀ  ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍‌ିକ, ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହୁରା, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସାମଲ,  ସମସ୍ତ ବ୍ଳକର ବି.ଡି.ଓ., ତହସିଲଦାର ଓ ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଉପ ଜିଲ୍ଲା ପାଳଙ୍କ  କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । 

Related Articles

Leave a Reply

Your email address will not be published. Required fields are marked *

Back to top button