ଓଡିଶା

ଜବତ ବାଇକ୍‌ ଛାଡ଼ିବା ପାଇଁ ନେଉଥିଲେ ୭୦୦୦ ଟଙ୍କା ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ବନରକ୍ଷୀ, ୱାଚର – bajravana

[ad_1]

ରାଉରକେଲା: ଜବତ ବାଇକ୍‌ ଛାଡ଼ି ଦେବା ପାଇଁ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବନରକ୍ଷୀ ଓ ୱାଚର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସର ଅଧିକାରୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ଧରଣୀଧରପାଲି ନର୍ସରିରେ କାର୍ଯ୍ୟରତ ବନରକ୍ଷୀ ସନାତନ ପାତ୍ର ଓ ୱାଚର ନରେନ୍ଦ୍ର କାଲୋଙ୍କୁ ଟଙ୍କା ଲାଞ୍ଚ ନେବା ବେଳେ  ଅତର୍କିତ ଚଢ଼ଉ କରି ଧରିଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଭିଯୋଗକାରୀଙ୍କ ସ୍ବାମୀଙ୍କ ବାଇକ୍‌ ଛାଡ଼ିଦେବା ପାଇଁ ଶ୍ରୀ ପାତ୍ର ଓ ଶ୍ରୀ କାଲୋ ୭୦୦୦ ଟଙ୍କା ମାଗିଥିଲେ। ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରାଯାଇ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button