ମନୋରଞ୍ଜନ

ଏହା ଥିଲା ତୃପ୍ତିଙ୍କ ଡେବ୍ୟୁ ଫିଲ୍ମ, ଆୟ ଭଲ ଥିଲେ ବି ଅଭିନେତ୍ରୀଙ୍କୁ ମିଳିନଥିଲା ଲୋକପ୍ରିୟତା – bajravana

[ad_1]

ମୁମ୍ବାଇ: ଫିଲ୍ମ ‘ଆନିମଲ’ ଚଳଚ୍ଚିତ୍ରରେ ବିପୁଳ ସଫଳତା ମିଳିବା ପରେ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କ ଭାଗ୍ୟ ବଦଳିଛି। ରାତାରାତି ‘ଇଣ୍ଟରନେଟ ସେନସେସନ’ ହେବା ସହ ‘ନ୍ୟାସନାଲ କ୍ରସ’ ହୋଇଛନ୍ତି ତୃପ୍ତି। ପୂର୍ବରୁ କିଛି ଫିଲ୍ମରେ କାମ କରିଥିଲେ ବି ‘ଆନିମଲ’ ତାଙ୍କୁ ଲୋକପ୍ରିୟ କରାଇଛି। ଏମିତି କି ଅଭିନେତ୍ରୀ ସୁହାନା ଖାନ, ଖୁସୀ କପୁରଙ୍କ ବ୍ୟତୀତ ସେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ଅଭିନେତା ତଥା ‘କେଜିଏଫ’ ଷ୍ଟାର ୟଶଙ୍କୁ ପଛରେ ପକାଇ ଦେଇଛନ୍ତି ତୃପ୍ତି।

ତେବେ ‘ଆନିମଲ’ରୁ ଲୋକପ୍ରିୟ ହୋଇଥିବା ତୃପ୍ତି ୨୦୧୭ରେ ବଲିଉ‌ଡରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଡେବ୍ୟୁ ଫିଲ୍ମରୁ ଲୋକପ୍ରିୟତା ମିଳିନଥିଲା। ତୃପ୍ତି ଡିମ୍ରି ୨୦୧୭ରେ ‘ପୋଷ୍ଟର ବଏଜ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଶ୍ରେୟସ୍ ତଲପଡେ, ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ କାମ କରିଥିଲେ। ଚଳଚ୍ଚିତ୍ରଟି ଏହାର ବଜେଟ୍ ଠାରୁ ଅଧିକ ରୋଜଗାର କରିଥିଲା ​। କିନ୍ତୁ ତୃପ୍ତିଙ୍କୁ ଲୋକପ୍ରିୟତା ମିଳିପାରିନଥିଲା। ଏହା ପରେ ତାଙ୍କ ଚଳଚ୍ଚିତ୍ର ”ମମ’ ରିଲିଜ୍ ହୋଇଥିଲା, ଯେଉଁଥିରେ ସେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ନଜର ଆସିଥିଲେ। ଏଥିରେ ମଧ୍ୟ ତୃପ୍ତିଙ୍କୁ ଅଧିକ ଲୋକପ୍ରିୟତା ଏବଂ ସ୍ୱୀକୃତି ମିଳିଲା ନାହିଁ। ଏହା ପରେ ତୃପ୍ତି ‘ଲୈଲା ମଜନୁ’ ଫିଲ୍ମରେ ଅଭିନୟ କରିଥିଲେ। ‘ଲୈଲା ମଜନୁ’ ପରେ ସେ ଫିଲ୍ମ ‘ବୁଲବୁଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ କରିଥିବା ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button