୮ବର୍ଷର ନାବାଳିକାଙ୍କୁ ଅଶ୍ଳୀଳ ସିନେମା ଦେଖାଇ ଦୁଷ୍କର୍ମ କଲା ନାବାଳକ – bajravana
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର ନଗର କ୍ଷେତ୍ରରୁ ୧୪ବର୍ଷର ନାବାଳକ ମୋବାଇଲ ଫୋନରେ ଅଶ୍ଳୀଳ ସିନେମା ଦେଖାଇ ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକକୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ନାବାଳକ ଓ ୮ବର୍ଷର ନାବାଳିକା ଏକାଠି ଖେଳୁଥିଲେ। ଖେଳୁଖେଳୁ ନାବାଳକ ନାବାଳିକାଙ୍କୁ ଚକୋଲେଟ ବାହାନା ଦେଖାଇ ଘରଠାରୁ କିଛିଦୂରରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ନାବାଳକ ଏହି ଘଟଣା ଘଟାଇବା ପୂର୍ବରୁ ମୋବାଇଲରେ ନାବାଳିକାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିଲା।
ପୀଡ଼ିତାଙ୍କ ମା’ ଝିଅ ଠାରୁ ଯନ୍ତ୍ରଣାଦାୟକ ଘଟଣା ବିଷୟରେ ଶୁଣିବା ପରେ ତାଙ୍କ ପାଦତଳୁ ମାଟିଖସି ଯାଇଥିଲା। ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। ଲୋକଲଜ୍ଜାଭୟରେ ମୁହଁ ଖୋଲିବେ ନାହିଁ ବୋଲି ସ୍ଥିର କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛିକୁ ତୁଚ୍ଛ କରି ଝିଅକୁ ନ୍ୟାୟ ଦେବା ପାଇଁ ନିଷ୍ପତ୍ତି ନେଇ ଥାନାରେ ଅଭିଯୋଗ କରିଥିଲେ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୭୬ ସହିତ ପୋକ୍ସୋ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
[ad_2]