ଅପରାଧ
କୋଲ୍କାତାର ଇଡେନ୍ ଗାର୍ଡେନ୍ସ୍ ଷ୍ଟାଡିୟମ୍ରେ ଫାଶୀ ଲଗାଇ ଥିବା ଓଡ଼ିଆ ଯୁବକଙ୍କ ଶବ ଉଦ୍ଧାର – bajravana
[ad_1]
କୋଲ୍କାତା: ଆଜି ସକାଳେ କୋଲ୍କାତାର ଇଡେନ୍ ଗାର୍ଡେନ୍ସ୍ ଷ୍ଟାଡିୟମ୍ର ‘କେ’ ବ୍ଲକ୍ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍ର ‘ଗ୍ରାଉଣ୍ଡ୍ ଷ୍ଟାଫ୍’ କର୍ମଚାରୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧ ବର୍ଷିୟ ପୁଅ ଧନଞ୍ଜୟ ବାରିକ। ଆଜି ସକାଳ ୮ଟା ବେଳେ ତାଙ୍କ ଫାଶୀ ଲଗା ଶବ ଦେଖିବା ପରେ ଘଟଣା ସଂକ୍ରାନ୍ତରେ କୋଲ୍କାତା ପୁଲିସକୁ ରିପୋର୍ଟ କରାଯାଇଥିଲା।
ସୂଚନା ପାଇବା ପରେ ମୈଦାନ ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ‘ଏସ୍ଏସ୍କେଏମ୍’ ହସ୍ପିଟାଲ୍କୁ ପଠାଇଛି। ଆଜି ଧନଞ୍ଜୟଙ୍କର ଶବ ବ୍ୟବଚ୍ଛେଦ କରାଯିବ।
ମୈଦାନ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରି ପୁଲି ଘଟଣାର ତଦନ୍ତ ଆରମ୍ଭ କରିଛି। ସେଥିପାଇଁ ‘ସିସିଟିଭି’ ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।
[ad_2]