ଓଡିଶା

ଆଇଆଇଟି ଇନ୍ଦୋରରେ ପ୍ରଦର୍ଶିତ ହେଲା ‘ପ୍ରତୀକ୍ଷା’ – bajravana

[ad_1]

ଭୁବନେଶ୍ବର: ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗତ ୧୫ ତାରିଖରେ ପ୍ରଥମ ଥର ପାଇଁ ଆଇଆଇଟି ଇନ୍ଦୋରର ଗାର୍ଗୀ ହଲ୍‌ରେ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହୋଇଛି। ଏଥିରେ ଓଡ଼ିଆ ଓ ଅନ୍ୟ ଭାଷାଭାଷୀର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ରହି ଚଳଚ୍ଚିତ୍ରକୁ ଦେଖିଥିଲେ। ‌ଚଳଚିତ୍ରରେ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଦୁଃଖ, ସଂଘର୍ଷ କାହାଣୀ ସହ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁଥିଲା। ସିନେମା ସରିବା ପରେ ଦର୍ଶକ ଭାବବିହ୍ୱଳ ହୋଇ ନିଜର ଆବେଗ ପ୍ରକାଶ କରିଥିଲେ। ଆଇଆଇଟି ଇନ୍ଦୋରର ଥିବା ଦିବ୍ୟ ପ୍ରକାଶ ପଣ୍ଡା, ନୀଳକମଳ ମଲ୍ଲିକ, ଭବାନୀ ଲେଙ୍କା, ଲୋକନାଥ, ପ୍ରିୟରଞ୍ଜନ, ରାଜେନ୍ଦ୍ର ପ୍ରମୁଖ ଓଡ଼ିଆମାନେ ଭବିଷ୍ୟତରେ ଓଡ଼ିଆ ସିନେମା ଏବଂ କଳା ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ, ରୋଶନ ବିଷୋଇଙ୍କ ଚିତ୍ରନାଟ୍ୟ ଓ ସଂଳାପ, ବର୍ଷା ପଟ୍ଟନାୟକ ପ୍ରଯୋଜନା ଏବଂ ଜଣାଶୁଣା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ‘ପ୍ରତୀକ୍ଷ‌ା’। ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button