ମନୋରଞ୍ଜନ

ଏହି କାରଣ ପାଇଁ ଫିଲ୍ମରେ ଶାରୀରିକ ନିର୍ଯାତନାର ଦୃଶ୍ୟ କରନ୍ତି ନାହିଁ କାଜୋଲ – bajravana

[ad_1]

ମୁମ୍ବାଇ: ୯୦ଦଶକରେ ବଲିଉଡରେ ରାଜ୍ କରୁଥିବା ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଏବେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ନିକଟରେ ଅଭିନେତ୍ରୀ ଚଳଚ୍ଚିତ୍ରରେ ନିର୍ଯାତନା ଦୃଶ୍ୟକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଦୃଶ୍ୟ ତାଙ୍କୁ ବିଚଳିତ କରେ ବୋଲି ଅଭିନେତ୍ରୀ କହିଛନ୍ତି।

‘ନେଟଫ୍ଲିକ୍ସ ଇଣ୍ଡିଆ ଆକ୍ଟର୍ସ ରାଉଣ୍ଡ ଟେବୁଲ୍ ୨୦୨୩’ ସମୟରେ ଏକ ବାର୍ତ୍ତାଳାପରେ କାଜୋଲ ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ବଡ଼ ଖୁଲାସା କରିଥିଲେ। ଏହି ସମୟରେ, ଚଳଚ୍ଚିତ୍ରରେ ଶାରୀରିକ ନିର୍ଯାତନାର ଦୃଶ୍ୟ ନକରିବା ବିଷୟରେ ଜଣାଇ କାଜୋଲ କହିଥିଲେ, “ମୁଁ ସର୍ବଦା ବିଶ୍ୱାସ କରି ଆସିଛି ଯେ ମୁଁ ଏପରି ଦୃଶ୍ୟ କରିବି ନାହିଁ ଯେଉଁଥିରେ ମୋତେ ନିର୍ଯାତନା ଦିଆଯାଉଛି କିମ୍ବା କୌଣସି ପ୍ରକାରେ ମୋତେ ଏପରି ସ୍ଥାନରେ ଦେଖାଯାଉଛି ଯେଉଁଠାରେ ମୁଁ ରହିବାକୁ ଚାହୁଁ ନାହିଁ। କାରଣ ମୁଁ ଜଣେ କଳାକାର ଭାବରେ ଭାବୁଛି ଯେ, ଯେତେବେଳେ ଆମେ କୌଣସି ଦୃଶ୍ୟ କରୁ, ସେତେବେଳେ ଆମେ ଏହାକୁ ଅନୁଭବ କରୁ। ଅନୁଭବ ନକଲେ ଏହା କ୍ୟାମେରାରେ ଜୀବନ୍ତ ଲାଗିବ ନାହିଁ। ତେଣୁ ମୁଁ ଶାରୀରିକ ନିର୍ଯାତନାର ଦୃଶ୍ୟ କରେ ନାହିଁ। ଏଭଳି ଦୃଶ୍ୟକୁ ଅନୁଭବ କରିବାକୁ‌ ମୋତେ ଡର ଲାଗେ। ଶାରୀରିକ ନିର୍ଯାତନାର ଦୃଶ୍ୟ ନକରି ବି ମୁଁ ଜଣେ ଭଲ କଳାକାର ବୋଲି ମୁଁ ପ୍ରମାଣ କରିପାରିବି।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button