ଅପରାଧ

ଫୋନ୍‌ରେ ମେସେଜ୍‌ କରିବାକୁ ବାରଣ କରିବାରୁ ଲାଗିଲା ଝଗଡ଼ା, ଭଉଣୀକୁ ଗୁଳି ମାରିଲେ ଭାଇ – bajravana

[ad_1]

ସାହାରନପୁର: ଉତ୍ତରପ୍ରଦେଶର ସାହାରନପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଯୁକ୍ତିତର୍କ ହେବା ପରେ ଜଣେ ନାବାଳିକାକୁ ତାଙ୍କ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ଶେଖପୁରା କଦିମ ଗ୍ରାମରେ ଏହି ଘଟଣା ଘଟିଥିଲା, ​​ଯେତେବେଳେ ମୁସ୍କାନ (୧୭) ତାଙ୍କ ମୋବାଇଲ୍ ଫୋନରେ କାହାକୁ ମେସେଜ୍‌ ପଠାଉଥିବା ବେଳେ ତାଙ୍କ ଭାଇ ଦେଖି ଦେଇଥିଲେ।

ଭାଇ ଭଉଣୀକୁ ଯେବେ ମେସେଜ୍‌ ପଠାଇବାକୁ ବାରଣ କଲେ ତ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଲା। ପାଟିତୁଣ୍ଡ ବଢ଼ିଯିବାରୁ ଭାଇ ଆଦିତ୍ୟ ରାଗରେ ଆସି ନିଜ ପକେଟ୍‌ରୁ ଏକ ବନ୍ଧୁକ କାଢ଼ି ତାଙ୍କ ଭଉଣୀକୁ ଗୁଳି ମାରି ସେ ସ୍ଥାନ ଛାଡ଼ି କୁଆଡ଼େ ପଳାଇ ଯାଇଥିଲେ। ଗୁଳି ଚଳାଇବା ପରେ ଲୋକମାନେ ପୀଡ଼ିତା ଭଉଣୀ ମୁସ୍କାନଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସହକାରୀ ଅଧୀକ୍ଷକ ପୁଲିସ (ଏଏସପି) (ନଗର) ଅଭିମନ୍ୟୁ ମଙ୍ଗଲିକ୍ କହିଛନ୍ତି ଯେ ଘଟଣା ସମୟରେ ତାଙ୍କ ମା’ ବବିତା ଅନ୍ୟ ଏକ କୋଠରୀରେ ଥିଲେ। ପଳାତକ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ।

ସ୍ଥାନୀୟ ଲୋକମାନଙ୍କ କହିବାନୁଯାୟୀ,  ମୁସ୍କାନ ଗାଁର ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କ ସହ କଥା ହେଉଥିଲେ ଏବଂ ଆଦିତ୍ୟ ସେମାନଙ୍କ ସମ୍ପର୍କ ଉପରେ ତୀକ୍ଷ୍ମ ନଜର ରଖିଥିଲେ। ସେହି ପିଲା ସହ ସଂପର୍କରେ ନରହିବାକୁ ସେ ବାରମ୍ବାର ନିଜ ଭଉଣୀକୁ ବାରଣ କରିଥିଲେ। ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button