ମନୋରଞ୍ଜନ

ଉଲଗ୍ନ ହୋଇ ଜଙ୍ଗଲରେ ବୁଲିବା ଘଟଣାକୁ ନେଇ ବିଦ୍ୟୁତଙ୍କ ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ଅଭିନେତା ବିଦ୍ୟୁତ ଜାମବାଲ ନିଜର ୪୩ତମ ଜନ୍ମଦିନ ପାଳନ ଅବସରରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ‌ରେ ‌ସେ ବିନା ପୋଷାକରେ ଫଟୋ ସୁଟ କରିଥିବା ଦେଖିବାକୁ ମିଳୁଛି।

ଏଭଳି ଉଲଗ୍ନ ଫଟୋକୁ ସେୟାର କରି ଅଭିନେତା ବିଦ୍ୟୁତ ତାଙ୍କ ଫ୍ୟାନ୍ସ ଓ ଅନୁଗାମୀମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସୁଟ କରିଥିବା ବିଦ୍ୟୁତଙ୍କୁ ଜଙ୍ଗଲରେ ନଦୀ କୁଳରେ କିଛି ସମୟ ବସିବା ପ‌ରେ ଉଲଗ୍ନ ହୋଇ ନଦୀ ଭିତକୁ ଡେଇଁ ପଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏଭଳି ଫଟୋ ସୁଟ ଘଟଣାକୁ ନେଇ ବିଦ୍ୟୁତ କହିଛନ୍ତି,‘ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ଭଲଲାଗେ।  ଜଙ୍ଗଲକୁ ମୁଁ ଶାନ୍ତିରେ ସମୟ କାଟିବା ପାଇଁ ଯାଇଥିଲି। ସେଠାରେ କାଠଚୁଲି ଜଳାଇ ଖାଦ୍ୟ ପ୍ରସ୍ତୁତ କରିଥିଲି। ହିମାଳୟ ସହିତ ମୋର ଯାତ୍ରା ୧୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହା ମୋ ଜୀବନର ଏକ ଅଭିନ୍ନ ଅଙ୍ଗ ପ‌ାଲଟି ଯାଇଛି। ପ୍ରତିବର୍ଷ ମୁଁ ଏଠାକୁ ୭ରୁ ୧୦ଦିନ ପାଇଁ ଶାନ୍ତିରେ ସମୟ କାଟିବାକୁ ଆସିଥାଏ। ଏଠାକୁ ଆସିବା ପରେ ମନକୁ ଏକ ଅଦ୍ଭୁତ ଆନନ୍ଦ ମିଳିଥାଏ। ମୁଁ ନିଜକୁ ପଚାରିଥାଏ ମୁଁ କିଏ।’

ଅଭିନେତାଙ୍କ ଏଭଳି ପୋଷ୍ଟକୁ ଦେଖି, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଏମିତି କରିବା କ’ଣ ଭାଇ ନିହାତି ଆବଶ୍ୟକ ଥିଲା କି? ଜଙ୍ଗଲରେ ମୋଗଲିୁ ବି ପତ୍ର ପିନ୍ଧୁଥିଲା କିନ୍ତୁ ଆପଣଙ୍କ ଏଭଳି ରୂପ କିଛି ବୁଝି ହେଉନାହିଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button