ଓଡିଶା

ଭଦ୍ରକରେ ସିକ୍କିମ୍‌ ସତ୍ୱାଧାରୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ – bajravana

[ad_1]

ଭଦ୍ରକ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାଷି ସମାରୋହାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାର ସିକିମ ସତ୍ଵାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏଥିପାଇଁ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସିକିମ ଜମି ମାଲିକଙ୍କୁ  ଜମିପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲାରେ ମୋଟ ୫୫୫୭ ଜଣ ସିକିମ ସତ୍ୱାଧିକାରୀ ଜମି ମାଲିକ ସ୍ଥାୟୀ ପଟ୍ଟା ପାଇଁ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୫୧ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ।

ଆଜିର ସାନରୋହରେ ୭ ଜଣ ହିତାଧିକାରୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଛି। ଏହି ସମାରୋହରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦୋର, ସାଂସଦ ମଞ୍ଜୁଲତା ମଣ୍ଡଳ,  ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅତିରିକ୍ତ ଜିଲ୍ଲାପାଳ ସନ୍ତୁନ ମହାନ୍ତି ପ୍ରମୁଖ  ଯୋଗଦେଇଥିଲେ।

ଏହି ସମାରୋହରେ  ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡୁ, ଭଦ୍ରକ ଜିଲ୍ଲାର ସମସ୍ତ ତହସିଲଦାର ଓ  ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button