news

ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଦେଶରେ ୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

Image result for doctor wallpaperନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କୁ ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏହା କ୍ରମଶଃ ବିପର୍ଯ୍ୟସ୍ତ ହୋଇପଡୁଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଇଣ୍ଟେଲଜେନ୍ସ୍‌ ବ୍ୟୁରୋ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ ଅଛି। ଦେଶର ୧୦ ଲକ୍ଷ ୮୧ ହଜାର ଡାକ୍ତରଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ୍‌ ମାତ୍ର ୧ ଲକ୍ଷ ୧୪ ହଜାର ସରକାରୀ ଚାକିରିରେ ଯୋଗଦେଇଥାନ୍ତି। ଫଳରେ ୧୧ ହଜାର ୮୨ ଲୋକଙ୍କ ପାଇଁ ଦେଶରେ ରହିଛନ୍ତି ଜଣେ ଡାକ୍ତର। ପ୍ରତି ୧୦ଜଣରେ ଜଣେ ଡାକ୍ତର ସରକାରି ଚାକରିରେ ଯୋଗଦେଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଅବଶିଷ୍ଟ ୯୦ ପ୍ରତିଶତ ଡାକ୍ତର ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଡାକ୍ତରଙ୍କ ସଂଖ୍ୟା କମ୍‌ ଥିବାବେଳେ ମହାରାଷ୍ଟ୍ର, କର୍ନାଟକ ଓ ତାମିଲନାଡୁରେ ସେମାନଙ୍କ ସଂଖ୍ୟା ଅଧିକ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button