news

କୋଲେଷ୍ଟ୍ରଲର ସଂକେତ ଦେଇଥାଏ ଏହି ୪ ଟି ଲକ୍ଷଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ କାରଣରୁ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ତେବେ ଏହି ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ହାଇ କୋଲେଷ୍ଟ୍ରଲ, ଯାହା ଶରୀରରେ ବଢିବା ଦ୍ୱାରା ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ ପରି ରୋଗ ସୃଷ୍ଟି କରେ । ତେବେ କୋଲେଷ୍ଟ୍ରଲ ହେଉଛି ଏକ ତେଲିଆ ଜାତୀୟ ପଦାର୍ଥ । ଯାହା ଆମ ଲିଭରରେ ସୃଷ୍ଟି ହୋଇଥାଏ ଏବଂ ଏହା ସୁସ୍ଥ କୋଷିକା ତିଆରି କରିଥାଏ । କିନ୍ତୁ ଯଦି ଶରୀରରେ ଏହାର ପରିମାଣ ବୃଦ୍ଧିପାଏ ତେବେ ଏହା ଆମ ସ୍ୱାସ୍ଥ୍ୟପାଇଁ ବିପଦର କାରଣ ହୋଇଥାଏ । ଏହି କୋଲେଷ୍ଟ୍ରଲ ବଢିବା ଦ୍ୱାରା ଆମ ଶୀରରରେ କିଛି ଲକ୍ଷଣ ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ୟାଡ କୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଯାଉଥିବା ଲକ୍ଷଣ ବିଷୟରେ…

କୋଲେଷ୍ଟ୍ରଲ ବଢିବାର ଲକ୍ଷଣ:

ଛାତିରେ ଯନ୍ତ୍ରଣା: ଛାତିରେ ଯନ୍ତ୍ରଣା ହେବା କୋଲେଷ୍ଟ୍ରଲ ବଢିବାର ଏକ ପ୍ରମୁଖ କାରଣ ହୋଇଥାଏ । ଏଥିସହିତ ଏହା ହୃଦଘାତର ମଧ୍ୟ କାରଣ ହୋଇପାରେ । ତେଣୁ ଆପଣଙ୍କ ଛାତିରେ ଯଦି ହଠାତ୍ ଯନ୍ତ୍ରଣା ଅନୁଭବ ହୁଏ ତାହାଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଅଧିକ ଝାଳ ବାହାରିବା: କଠିନ ପରିଶ୍ରମ କରିବା ଦ୍ୱାରା କିମ୍ବା ଖରା ଦିନେ ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । କିନ୍ତୁ ଯଦି ଶୀତ ଦିନେ କିମ୍ବା କୌଣସି କାମ କରୁ ନଥିବା ସମୟରେ ଅଧିକ ଝାଳ ବାହାରେ ତେବେ ଏହା ହାଇ କୋଲେଷ୍ଟ୍ରଲ ଲକ୍ଷଣକୁ ସୂଚାଇଥାଏ । ଯଦି ଆପଣଙ୍କ ଶରୀରରେ ଏହିପରି ସମସ୍ୟା ଦେଖା ଦିଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଓଜନ ବୃଦ୍ଧି: ଯଦି ଆପଣଙ୍କ ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଉଛି ତେବେ ଏହା ଶୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରଲ କାରଣରୁ ହୋଇଥାଏ । ଯାହାକି ପରବର୍ତ୍ତି ସମୟରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରେ । ତେଣୁ ଏହି ଲକ୍ଷଣକୁ ଅଣଦେଖା ନ କରି ସ୍ୱାସ୍ଥ୍ୟକର ଡାଇଟ୍ ଏବଂ ଶାରୀରିକ ପରିଶ୍ରମ କରିବା ଆବଶ୍ୟକ ।

ଚର୍ମର ରଙ୍ଗରେ ପରିବର୍ତ୍ତନ: କୋଲେଷ୍ଟ୍ରଲ ବଢିବା ଦ୍ୱାରା ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଦିଏ । ଯେଉଁଥିରେ ଚର୍ମର ରଙ୍ଗ ପିରବର୍ତ୍ତନ ହେବା ମଧ୍ୟ ଏକ ଲକ୍ଷଣ ହୋଇଥାଏ । ହାଇ କୋଷ୍ଟ୍ରେଲ କାରଣରୁ ଶରୀରରେ ହଳଦିଆ ରଙ୍ଗର ଚକଡା ଚକଡା ହୋଇଯାଏ । ଯଦି ଆପଣଙ୍କର ଏହି ସମସ୍ୟା ହେଉଥାଏ ଏହାକୁ ଅଣଦେଖା ନକରି, ଡାକ୍ତରଙ୍କ ପରାମର୍ଶମ ନେବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button