ଅପରାଧ

ଯବାନଙ୍କ ହତ୍ୟା ଘଟଣା : ୫ ଗିରଫ – bajravana

[ad_1]

ଭୁବନେଶ୍ୱର, ୯/୧୨ : ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମର ସେନା ଯବାନ ଜେ. ଡିଲେଶ୍ବର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ ପାତ୍ର(୧୯) ଓ ବି.ଚିନେୟା ପାତ୍ର(୨୬) ଏବଂ ନିମଖଣ୍ତି ଥାନା ଜି.ଜଗନ୍ନାଥପୁର ପାଲିଗାଁର ସିଏଚ୍.ବିକି କୁମାର ପାତ୍ର(୨୬) ଓ ବି. ବୁଲୁ ପାତ୍ର(୨୬)। ଘଟଣାରେ ଅନ୍ୟ କାହାରି ସଂପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

କାଳିପଲ୍ଲୀ ଗ୍ରାମର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣେଶ ପୂଜା ଭସାଣି ବେଳେ ଗଣ୍ଡଗୋଳରୁ ଛକାପଞ୍ଝା ଚାଲିଥିଲା। ଏକ କ୍ରିକେଟ୍‌ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଲେଶ୍ବରଙ୍କୁ ବିରୋଧୀ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗଣେଶ ପୂଜା ସମୟରେ ଡିଲେଶ୍ବର ଗାଁକୁ ଆସିଥିବା ବେଳେ ଭସାଣି ବେଳେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା।

ଡିଲେଶ୍ବର ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଅଭିଯୁକ୍ତ ସିଏଚ୍.ଶେଖର ପାତ୍ର ଓ ବି.ଚେନେୟା ପାତ୍ର ନେତୃତ୍ୱ ନେଉଥିଲେ। ଜେ.କଲ୍ୟାଣୀ ପାତ୍ର କୁଆଡ଼େ ଡିଲେଶ୍ବରଙ୍କ ହ୍ବାଟସ୍ଆପ୍‌କୁ ହ୍ୟାକ୍‌ କରି ଏହାକୁ ଅପବ୍ୟବହାର କରି ପୁରୁଣା କଥାକୁ ନେଇ ବିବାଦ ସୃ‌ଷ୍ଟି କରିଥିଲା, ଯେଉଁଥିପାଇଁ ଡିଲେଶ୍ବର କଲ୍ୟାଣୀକୁ ଗାଲିଗୁଲଜ କରିଥିଲେ। ଡିଲେଶ୍ବରଙ୍କ ମାଆ ଜେ.ଜାନମ୍ମା ପାତ୍ରଙ୍କ ଅଭିଯୋଗ କ୍ରମେ ପ୍ରଥମେ ଚମାଖଣ୍ତି ଥାନାରେ ୩୦୭ ଦଫାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଯବାନଙ୍କ ମୃତ୍ୟୁ ପରେ ଏହି ମାମଲା ୩୦୨ରେ ପରିବର୍ତ୍ତନ କରାଯାଇଛି। ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁଙ୍କ ନେତୃତ୍ବରେ ଛତ୍ରପୁର ଓ ଚମାଖଣ୍ତି ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବାବଧାନରେ ଏକ ପୁଲିସ ଟିମ୍ ଏବଂ ୨ଟି ସ୍ବତନ୍ତ୍ର ପୁଲିସ ଟିମ୍ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିବା ଏସ୍‌ପି ଶ୍ରୀ ମୀନା କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button