ଜଣାପଡ଼ିଲା ଅଞ୍ଜୁଙ୍କ ଠିକଣା: ପଚରାଉଚରା କରି ମାମଲା ରୁଜୁ କଲା ପୁଲିସ୍ – bajravana
[ad_1]
ନୂଆଦିଲ୍ଳୀ: ଚାରି ମାସ ତଳେ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଚାଲି ଯାଇଥିବା ରାଜସ୍ଥାନର ବିବାହିତା ମହିଳା ଅଞ୍ଜୁ ଗତ ୨୯ ତାରିଖରେ ନିଜ ଦେଶକୁ ଫେରିଛନ୍ତି। ସେଠାରେ ସେ ବିବାହିତା ହେବା ପରେ ବି ପ୍ରେମିକ ନସରୁଲ୍ଲାକୁ ପୁନଶ୍ଚ ବିବାହ କରିଥିଲେ। ଯାହାପରେ ଅଞ୍ଜୁ ଓ ତାଙ୍କ ପ୍ରେମିକଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିଲେ ତାଙ୍କ ଭାରତୀୟ ସ୍ବାମୀ ଅରବିନ୍ଦ।
ତେବେ ଅଞ୍ଜୁ ଭାରତ ଫେରିବା ପରେ କୁଆଡ଼େ ଗାୟବ ହୋଇ ଯାଇଥିଲେ। ନଭେମ୍ବର ୩୦ ତାରିଖରେ ତାଙ୍କର ଶେଷ ଲୋକେସନ୍ ଦିଲ୍ଲୀ ଦେଖାଉଥିଲା। ହେଲେ ଏବେ ତାଙ୍କ ବିଷୟରେ ସବୁ ଜଣାପଡ଼ିଯାଇଛି। ୭ ଦିନ ପରେ ଜାଣିବାକୁ ମିଳିଛି ଯେ ସେ ଅଲୱାରର ଭିୱାଡ଼ିରେ ଥିଲେ। ବୁଧବାର ଦିନ ପୁଲିସ୍ ଅଞ୍ଜୁଙ୍କୁ ପଚରାଉଚରା କରିଛି। ତାଙ୍କ ବୟାନ ବି ଦର୍ଜ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ କହିଥିଲେ ଯେ ସେ ଅଞ୍ଜୁଙ୍କୁ ଗ୍ରହଣ କରିବେ ନାହିଁ। କିନ୍ତୁ ବର୍ତ୍ତମାନ ତାଙ୍କର ଏକ ନୂତନ ସାକ୍ଷାତକାର ଦେଖିବାକୁ ମିଳିଛି। ଏଥିରେ ସେ ଅଞ୍ଜୁଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି। ଅଞ୍ଜୁ ଜୁଲାଇରେ ପାକିସ୍ତାନ ଚାଲି ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଅଞ୍ଜୁ କହୁଥିଲେ ଯେ ସେ କେବଳ ବୁଲିବାକୁ ଆସିଛନ୍ତି। କିନ୍ତୁ ପରେ ତାଙ୍କର ଗୋଟିଏ ପରେ ଗୋଟିଏ କଥା ମିଥ୍ୟା ବୋଲି ପ୍ରମାଣିତ ହେଲା। ଜଣେ ବନ୍ଧୁ ବୋଲି ଦାବି କରୁଥିବା ନାସରୁଲ୍ଲା ପରବର୍ତ୍ତୀ ସମୟରେ ଅଞ୍ଜୁଙ୍କ ପ୍ରେମିକ ବୋଲି ଜଣାପଡ଼ିଲା। କେବଳ ସେତିକିି ନୁହେଁ, ଅଞ୍ଜୁ ଓ ନସରୁଲ୍ଲା ବିବାହ ବି କରିଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଅଞ୍ଜୁ ଖ୍ରୀଷ୍ଟିଆନ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କରି ଫାତିମା ହୋଇଥିଲେ। ଯେତେବେଳେ ଅଞ୍ଜୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ, ସେତେବେଳେ ସେ ଅରବିନ୍ଦଙ୍କୁ ଛାଡ଼ପତ୍ର ଦେଇ ନଥିଲେ। ଏଭଳି ପରିସ୍ଥିତିରେ ଅରବିନ୍ଦ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।
[ad_2]