ଓଡିଶା

ଏସ୍‌ସିବିରେ ଅଭାବନୀୟ ସ୍ଥିତି: ଶବବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି – bajravana

[ad_1]

ସକାଳୁ ଟ୍ରଲିରେ ପଡ଼ିରହିଲା ଶବ; ଆନାଟୋମି ବିଭାଗରେ ବ୍ୟବଚ୍ଛେଦ

କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଅତ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିନା ବର୍ଷାରେ ଶବ ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗିଥିବା ‌ବେଳେ ଶବ ବ୍ୟବଚ୍ଛେଦ ନ ହୋଇ ପାରି ଘଣ୍ଟା ଘଣ୍ଟା ପଡି ରହିଛି। ଆଜି ସକାଳୁ ବ୍ୟବଚ୍ଛେଦ ବନ୍ଦ ହୋଇଯିବାରୁ ବ୍ୟବଚ୍ଛେଦ ଗୃହ ବାହାରେ ଶବବୁହା ଟ୍ରଲିରେ ମୃତଦେହ ଶବୁ ପଡି ରହିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଆଉ ଅସନ୍ତୋଷ ବଢିବାରୁ ଦିନ ୧୨ଟା ପରେ ଆନାଟୋମୀ ବିଭାଗରେ ଶବବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏଭଳି ପରିସ୍ଥିତି ଯୋଗୁଁ ଆଜି ବ୍ୟବଚ୍ଛେଦ ଗୃହରେ ଆଉ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିଲା। ଏସସିବି ଏମ୍‌ସ ପ୍ଲସ୍ ଯୋଜନା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟରେ ପାଇପ୍‌ ଫାଟି ଯିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି। ଆଜି ଏହାକୁ ମରାମତି କରାଯାଇଛି, ଆସନ୍ତାକାଲିଠାରୁ ସ୍ବାଭାବିକ ଭାବେ ଶବ ବ୍ୟବଚ୍ଛେଦ ଗୃହରେ ବ୍ୟବଚ୍ଛେଦ କରାଯିବ ବୋଲି ଡକ୍ଟର ରାଉତ ସୂଚନା ଦେଇଛନ୍ତି।

ତଥ୍ୟ ଅନୁଯାୟୀ ଏସ୍‌ସିବି ଶବବ୍ୟବ‌ଚ୍ଛେଦ ଗୃହରେ ରହିଛି ୩ଟି ଟେବୁଲ ଓ ୩ଟି ପିଣ୍ଡି। ପ୍ରତିଦିନ ହାରାହାରି ଭାବେ ଏସ୍‌ସିବିରେ ୧୫/୧୬ଟି ଶବ ବ୍ୟବଚ୍ଛେଦ କରାଯାଉଛି। ପୂର୍ବରୁ ବର୍ଷା ଦିନରେ ଶବ ବ୍ୟବଚ୍ଛେଦ ଗୃହରେ ପାଣି ପଶିଲେ ପାଣି ଭିତରେ ଛିଡା ହୋଇ ଡାକ୍ତର ଓ କର୍ମଚାରୀମାନେ ବ୍ୟବଚ୍ଛେଦ କରିବା ଭଳି ଘଟଣାର ନଜିର ରହିଛି। ଆଜି କିନ୍ତୁ ଅଦିନରେ ବ୍ୟବଚ୍ଛେଦ ଗୃହ ଭିତରେ ନର୍ଦ୍ଦମା ପାଣି ଲହଡି ଭାଙ୍ଗିଥିଲା। ଯାହା ଫଳରେ ଶବ ବ୍ୟବ‌ଚ୍ଛେଦ ପାଇଁ ଶବବୁହା ଟ୍ରଲି ଉପରେ ଶବ ରହିଥିଲେ ତାହାକୁ ସେହିଭଳି ଅବସ୍ଥାରେ ଘଣ୍ଟା ଘଣ୍ଟା କାଳ ପକାଇ ରଖାଯାଇଥିଲା। ଶବବ୍ୟବଚ୍ଛେଦ ବିଳମ୍ବ ଯୋଗୁଁ ଓ ଏଭଳି ଅସ୍ବାସ୍ଥ୍ୟକର ସ୍ଥିତି ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଏସ୍‌ସିବି କର୍ତ୍ତୃପକ୍ଷ ଆନାଟୋମି ବିଭାଗ ସହିତ ଯୋଗାଯୋଗ କରି ଆଜି ଦିନକ ପାଇଁ ସେଠାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରାଇଥିଲେ। ଆଜି ସେଠାରେ ୧୧ଟି ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ୟପଟେ ବ୍ୟବଚ୍ଛେଦ ଗୃହ ଭିତରେ ଥିବା ଟେବୁଲ ଭାଙ୍ଗି ଯାଇଥିବାରୁ ସେଠାରେ ବ୍ୟବଚ୍ଛେଦ ହୋଇପାରୁ ନଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button