ମନୋରଞ୍ଜନ

ଓଜନ ନକମାଇଲେ ଫିଲ୍ମ ମନା : ଏମିତି ପରିସ୍ଥିତିର ସାମ୍ନା କରିଥିଲେ ସୋନାକ୍ଷୀ, ସାରା ଓ ଆଲିଆ – bajravana

[ad_1]

ବଲିଉଡ୍‌ରେ ଅଭିନେତ୍ରୀମାନେ ସୁନ୍ଦରୀ ଓ ଆକର୍ଷଣୀୟ ଚେହେରାଧାରୀ ହୋଇଥିବାର ଗୋଟେ ଅଲିଖିତ ନିୟମ ରହି ଆସିଛି। ଅଭିନୟ ଦକ୍ଷତା କମ୍‌ ହେଲେ ଚଳିବ, କିନ୍ତୁ ସୌନ୍ଦର୍ଯ୍ୟ ନଥିଲେ ସୁଯୋଗ ମିଳିବା କଷ୍ଟ। ସେଥିପାଇଁ ଅନେକ ଅଭିନେତ୍ରୀଙ୍କୁ ଓଜନ କମାଇବାଲାଗି ପ୍ରଯୋଜକ/ନିର୍ଦ୍ଦେଶକମାନେ ବାଧ୍ୟ ରହିବାର ଉଦାହରଣ ରହିଛି। ସାରା ଅଲ୍ଲୀ ଖାଁଙ୍କୁ ତ ତାଙ୍କ ମାଆ ଅମ୍ରିତା ସିଧା କହିଥିଲେ ଯେ ଓଜନ ନକମାଇଲେ ହିରୋଇନ୍‌ ହେବାର ସ୍ବପ୍ନ ଛାଡ଼ିବାକୁ ପଡ଼ିବ। ନିକଟରେ ଏକ ସାକ୍ଷାତକାରରେ ନିଜେ ସାରା ସେ କଥା ମନେ ପକାଇ କହିଛନ୍ତି, ‘‘ମାଆ କହିଥିଲେ, ଟୁନ୍‌ଟୁନ୍‌ଙ୍କ ଜମାନା ଆଉ ନାହିଁ। ଅଭିନେତ୍ରୀ ହେବାକୁ ହେଲେ ଓଜନ କମାଇବାକୁ ପଡ଼ିବ।’’

ସୋନାକ୍ଷୀ ସିହ୍ନା ମଧ୍ୟ ସମାନ ପରିସ୍ଥିତିକୁ ସାମ୍‌ନା କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ଦବଙ୍ଗ’ ସମୟକୁ ‌ସୋନାକ୍ଷୀଙ୍କର ଓଜନ ବହୁତ ଅଧିକ ଥିଲା। ତେଣୁ ସଲ୍‌ମାନ୍‌ ଖାଁ ତାଙ୍କୁ ତୁରନ୍ତ ଓଜନ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନଚେତ୍‌ ସେ ‘ଦବଙ୍ଗ’ରେ ଗୋବିନ୍ଦାଙ୍କ ଝିଅ ନର୍ମଦାଙ୍କୁ ନେବେ ବୋଲି ମଧ୍ୟ ଚେତାବନୀ ଦେଇ ଦେଇଥିଲେ। ତା’ପରେ ପ୍ରବଳ ପରିଶ୍ରମ କରି ସୋନାକ୍ଷୀ ତାଙ୍କୁ ଦିଆ ଯାଇଥିବା ସମୟ ଭିତରେ ୩୦ କେଜି ଓଜନ କମାଇଥିଲେ ଓ ଫିଲ୍ମଟି ପାଇଥିଲେ।

‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍‌’ ପାଇଁ ମଧ୍ୟ ଆଲିଆ ଭଟ୍ଟଙ୍କୁ ବହୁତ ଓଜନ କମାଇବାକୁ ପଡ଼ିଥିଲା। ଫିଲ୍ମର ନିର୍ଦ୍ଦେଶକ କରନ ଜୋହର ତାଙ୍କୁ ସ୍ପଷ୍ଟ କହି ଦେଇଥିଲେ ଯେ ଓଜନ ନକମାଇବାଯାଏ ଫିଲ୍ମର ସୁଟିଂ ଆରମ୍ଭ ହେବନାହିଁ। ରାଣୀ ମୁଖାର୍ଜୀ, କାଜୋଲ୍‌ ଓ କରିନା କପୁର ମଧ୍ୟ ଅତୀତରେ ଫିଲ୍ମ ପାଇଁ ଓଜନ କମାଇବାକୁ ବାଧ୍ୟ ହୋଇଥିଲେ। ତେବେ ସେମାନଙ୍କ ଭିତରୁ କେହି ଏହାକୁ ନେଇ ଅଭିଯୋଗ ବା ଅବସୋସ କରନ୍ତି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button