ମନୋରଞ୍ଜନ

୨୦୨୩ର ଶ୍ରେଷ୍ଠ ସିନେମା ତାଲିକା: ଶୀର୍ଷରେ ଶାହରୁଖଙ୍କ ଯବାନ – bajravana

[ad_1]

ପୃଥିବୀର ବିଭିନ୍ନ ସିନେମା, ଟିଭି ଧାରାବାହିକ ଓ ସେଲିବ୍ରିଟିମାନଙ୍କ ସମ୍ପର୍କରେ ଭରସାଯୋଗ୍ୟ ମାନକ ତାଲିକା ପ୍ରକାଶ କରୁଥିବା ସଂସ୍ଥା ଇଣ୍ଟରନେଟ୍‌ ମୁଭି ଡାଟାବେସ୍‌ (ଆଇଏମ୍‌ଡିବି) ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ ଏହି ତାଲିକାରେ ଶାହରୁଖଙ୍କ ‘ଯବାନ’ ଶୀର୍ଷରେ ରହିଛି। ତାହା ପଛକୁ ଶାହରୁଖ ଅଭିନୀତ ଅନ୍ୟତମ ହିନ୍ଦୀ ଚଳଚ୍ଚିତ୍ର ‘ପଠାନ’ ଦ୍ବିତୀୟ ସ୍ଥାନ ଦଖଲ କରିଛି। ତୃତୀୟରେ ଅଛି କରଣ ଜୋହର ନିର୍ଦ୍ଦେଶିତ ତଥା ରଣବୀର ସିଂହ ଓ ଆଲିଆ ଭଟ୍ଟ ଅଭିନୟ କରିଥିବା ‘ରକି ଔର ରାନୀ କି ପ୍ରେମ କାହାନୀ’।

ଚତୁର୍ଥ ସ୍ଥାନରେ ନିର୍ଦ୍ଦେଶକ ଲୋକେଶ କନକରାଜଙ୍କ ତାମିଲ ସିନେମା ‘ଲିଓ’ ରହିଛି ଯାହାର ନାୟକ ବିଜୟ ଓ ନାୟିକା ତୃଷା ଦକ୍ଷିଣ ଭାରତୀୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ତାହା ପଛରେ ପଙ୍କଜ ତ୍ରିପାଠୀ ଓ ଅକ୍ଷୟ କୁମାର ଅଭିନୀତ ହାସ୍ୟ ରସାତ୍ମକ ହିନ୍ଦୀ ଫିଲ୍ମ ‘ଓଏମ୍‌ଜି-୨’ ରହିଥିବା ବେଳେ ରଜନୀକାନ୍ତ ଅଭିନୀତ ତାମିଲ ଫିଲ୍ମ ‘ଜେଲର’ ଷଷ୍ଠ ଲୋକପ୍ରିୟ ସିନେମା ବିବେଚିତ ହୋଇଛି। ସେହିପରି ସପ୍ତମ ସ୍ଥାନରେ ସନ୍ନି ‌େଦଓଲ ଅଭିନୀତ ‘ଗଦର-୨’, ଅଷ୍ଟମରେ ଅଦା ଶର୍ମା ଅଭିନୟ କରିଥିବା ‘ଦି କେରଳ ଷ୍ଟୋରି’ ଏବଂ ନବମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ଅଭିନୀତ ହାସ୍ୟ ରସାତ୍ମକ ହିନ୍ଦୀ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ରହିଛି। ଆଇଏମ୍‌ଡିବି ଦ୍ବାରା ପ୍ରସ୍ତୁତ ଏହି ତାଲିକାର ଦଶମରେ ରହିଛି ହିନ୍ଦୀ ଫିଲ୍ମ ‘ଭୋଲା’। ୨୦୧୯ର ତାମିଲ୍‌ ଫିଲ୍ମ ’କୈଥି’ରୁ ରିମେକ୍‌ ହୋଇଥିବା ଏହି ସିନେମାରେ ଅଜୟ ଦେବଗନ୍‌ଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button