ଖେଳ ଖବର

ଭାରତ ଜିତିଲା ଶୃଙ୍ଖଳା: ଚତୁର୍ଥ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆ ୨୦ ରନ୍‌ରେ ପରାସ୍ତ – bajravana

[ad_1]

ରାୟପୁର: ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ଭାରତ ଥରେ ପଶ୍ଚାତ୍‌ଧାବନ କରି ଜିତିଥିବାବେଳେ ଥରେ ଡିଫେଣ୍ଡ୍ କରି ଦେଇଥିଲା। ଅଷ୍ଟ୍ରେଲିଆ ଗତ ମ୍ୟାଚ୍‌ରେ ଭାରତର ୨୨୨ ରନ୍‌କୁ ବି ପଛରେ ପକାଇ ଦେଇଥିଲା। ଶୁକ୍ରବାର କିନ୍ତୁ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ୧୭୪/୯ରେ ଅଟକିଯାଇଥିଲେ ବି ୨୦ ରନ୍‌ରେ ମ୍ୟାଚ୍ ଜିତିଯାଇଛି। ଏଥି ସହିତ ୫ ମ୍ୟାଚ୍‌ ଟ୍ବେଣ୍ଟି ଶୃଙ୍ଖଳାକୁ ଆଗୁଆ ୩-୧ରେ ଜିତି ଅପରାଜେୟ ଅଗ୍ରଣୀ ହୋଇଛି। ରିଙ୍କୁ ସିଂହଙ୍କ ବ୍ୟାଟିଂ ଏବଂ ଅକ୍ଷର ପଟେଲଙ୍କ ବୋଲିଂ ଏହି ମ୍ୟାଚ୍‌ରେ ଫରକ ପକାଇଛି। ଅକ୍ଷରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ପଞ୍ଚମ ମ୍ୟାଚ୍‌ ରବିବାର ବେଙ୍ଗାଲୁରୁରେ ଖେଳାଯିବ।

କ୍ରମାଗତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଡାକିଥିଲା। ଯଶସ୍ବୀ ଜୟସ୍ବାଲ୍ ଓ ଋତୁରାଜ ଗାଏକ୍ବାଡ୍‌ ସମାନ ୨୮ ଲେଖାଏଁ ବଲ୍‌ ଖେଳି ଯଥାକ୍ରମେ ୩୭ ଓ ୩୨ ରନ୍‌ କରିଥିଲେ। ପାୱାର‌ ପ୍ଲେ ୬ ଓଭର ଭିତରେ କିନ୍ତୁ ଭାରତ ୫୦ ରନ୍‌ରେ ସୀମିତ ରହିଥିଲା। ଉଭୟଙ୍କ ବିଦାୟ ପରେ ଟ୍ବେଣ୍ଟି-୨୦ ଦଳକୁ ଫେରିଥିବା ଶ୍ରେୟସ ଆୟର (୮) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧) ସଅଳ ଆଉଟ୍ ହୋଇଯାଇଥିଲେ। ବ୍ୟାଟିଂ ପ‌ଦୋନ୍ନତି ସହିତ ୫ ନମ୍ବର ସ୍ଥାନରେ ଆସିଥିବା ରିଙ୍କୁ ସିଂହ କିନ୍ତୁ ମାତ୍ର ୨୯ ବଲ୍‌ରୁ ୪୬ ରନ୍ ସଂଗ୍ରହ କରିବା ଏବଂ ନବାଗତ ୱିକେଟରକ୍ଷକ ବ୍ୟାଟର୍ ଜିତେଶ ଶର୍ମା ମାତ୍ର ୧୯ ବଲ୍‌ରୁ ୩୫ ରନ୍‌ ଉଠାଇବା ଭାରତକୁ ଲଢ଼ୁଆ ‌ସ୍କୋର୍ ଦେଇଥିଲା। ଶେଷ ଦୁଇ ଓଭରରେ ଭାରତ ଯଥେଷ୍ଟ ରନ୍‌ ସଂଗ୍ରହ କରିପାରି ନାହିଁ। କିନ୍ତୁ ଶେଷରେ ୧୭୪ ରନ୍‌ ଯଥେଷ୍ଟ ସାବ୍ୟସ୍ତ ହୋଇଛି। ଭାରତୀୟ ବୋଲରମାନେ ମିଳିତ ଭାବେ ଲଢ଼ିବା ସହ ଅଷ୍ଟ୍ରେଲିଆକୁ ୧୫୪ ରନ୍‌ରେ ରୋକି ଦେଇଛନ୍ତି।

ଦୁଇ ସ୍ପିନର୍‌ ଅକ୍ଷର ପଟେଲ (୪-୦-୧୬-୩) ଓ ରବି ବିଷ୍ଣୋଇ (୪-୦-୧୭-୧) ମିଳିତ ଭାବେ ୮ ଓଭରରେ ମାତ୍ର ୩୩ ରନ୍‌ ଦେଇ ୪ ୱିକେଟ୍‌ ଅକ୍ତିଆର କରିବା ନିର୍ଣ୍ଣାୟକ ହୋଇଛି। ପ୍ରତ୍ୟାବର୍ତନରେ ଦୀପକ ଚହର (୪-୦-୪୪-୨) ମହଙ୍ଗା ସାବ୍ୟସ୍ତ ହୋଇ ମଧ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଛନ୍ତି। ଟିମ୍ ଡେଭିଡ୍‌ ଓ ମାଥ୍ୟୁ ସର୍ଟଙ୍କ ୱିକେଟ୍‌ ସେ ନେଇଛନ୍ତି। ଟ୍ରାଭିସ୍ ହେଡ୍‌, ବେନ୍ ମ୍ୟାକଡର୍ମଟ, ଆରୋନ୍ ହାର୍ଡିଙ୍କ ୱିକେଟ୍ ଅକ୍ତିଆର କରି ଅକ୍ଷର ପଟେଲ୍‌ ସବୁଠାରୁ ଅଧିକ ଫରକ ପକାଇଛନ୍ତି। ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୭୪/୯ (ରିଙ୍କୁ ସିଂହ-୪୬, ଯଶସ୍ବୀ ଜୟସ୍ବାଲ-୩୭, ଜିତେଶ ଶର୍ମା-୩୫, ଋତୁରାଜ ଗାଏକ୍ବାଡ-୩୨, ବେନ୍‌ ଡ୍ବାରସୁଇସ୍‌-୩/୪୦, ତନଭୀର ସାଂଙ୍ଗା-୨/୩୦, ଜାସନ୍ ବେହେରନଡର୍ଫ-୨/୩୨, ଅରୋନ୍ ହାର୍ଡି-୧/୨୦)। ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪/୭ (ମାଥ୍ୟୁ ୱେଡ୍‌-୩୬*, ଟ୍ରାଭିସ୍ ହେଡ୍‌-୩୧, ମାଥ୍ୟୁ ସର୍ଟ-୨୨, ଅକ୍ଷର ପଟେଲ୍‌-୩/୧୬, ଦୀପକ ଚହର-୨/୪୪, ରବି ବିଷ୍ଣୋଇ-୧/୧୭, ଅୱେସ୍ ଖାନ୍‌-୧/୩୩)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button