ଓଡିଶା

ବାଲୁକାକଳାରେ ସଂସ୍କୃତି ଓ ଐତିହ୍ୟର ଝଲକ – bajravana

[ad_1]

କୋଣାର୍କ: କୋଣାର୍କ ଉତ୍ସବ-୨୦୨୩ ଅବସରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ପାଞ୍ଚଦିନିଆ ଅନ୍ତର୍ଜା‌ତୀୟ ବାଲୁକାକଳା ପ୍ରଦର୍ଶନୀ। ପ୍ରଦର୍ଶନୀରେ ଭାରତ ସମେତ ୭ଟି ଦେଶର ୧୧୪ଜଣ ପ୍ରତିଯୋଗୀ ୩୫ଟି ଷ୍ଟଲ୍‌ରେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶିତ କରିଛନ୍ତି। ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସଡର୍‌ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ପାଇଁ ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧିତ ବିଷୟବସ୍ତୁ ରଖାଯାଇଥିଲା। ପ୍ରତ୍ୟେକ ଷ୍ଟଲ୍‌ରେ ଭାରତର ସଂସ୍କୃତି ଐତିହ୍ୟ ସମ୍ବନ୍ଧୀୟ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା।

ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକଙ୍କ ସମେତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଓ ସମସ୍ତ ଅତିଥି ଉପସ୍ଥିତ ରହି ବାଲୁକାକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button