ଓଡିଶା

ମାଓବାଦୀ ବିରୋଧୀ ପୋଷ୍ଟର ଲାଲ ଗଡରେ ଲାଗିଲା

ମାଥିଲି,:-ଲୋକେ ମାଟିଲେ ସାଧାରଣ ମାଓବାଦୀ ମଧ୍ୟ ପରାସ୍ତ ହେବ ,କାହାର ବିରୋଧ ନରହିଲେ ମାଓବାଦୀ ମାନେ ଅଧିକ ସକ୍ରିୟ ହେଉଛନ୍ତି , ବିଶେଷ କରି ଆଞ୍ଚଳିକ ବାସିନ୍ଦା ମାନଙ୍କ ନିରବର ତାଙ୍କୁ ଅଧିକ ପ୍ରୋସ୍ଛାହନ ଯୋଗାଉଛି , ଏହି ପରି ଅମାନବୀୟ କାର୍ଯ୍ୟଧାରା କୁ ଆଜି ସମ୍ପୂର୍ଣ ହିଂସା ମୁକ୍ତ ଅଭିଯାନ ବିରୋଧ କରିଛି , ଲାଲ ଗଡରେ ମାଓବାଦୀଙ୍କୁ ବିରୋଧ କରି ଲାଗିଛି ପୋଷ୍ଟର। ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତକୁ ଲାଗି ରହିଥିବା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ମହୁପଦରଠାରୁ କମାରପାଲି ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଉଭୟ ପାଶର୍‌ବ ଗଛରେ ଗୁରୁବାର ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ହିଂସା ମୁକ୍ତ ଅଭିଯାନ ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଗତ ୧୩ତାରିଖ ବିଳମ୍ବିତ ରାତିରେ ମାଓବାଦୀମାନେ ମାଥିଲି ଥାନା ଅନ୍ତର୍ଗତ ସାଲିମି ପଞ୍ଚାୟତ ଅଧିନ ବାରୁବେଡା ଗ୍ରାମର ଅନନ୍ତ ଭୂମିଆଙ୍କୁ ଇନଫର୍ମର ସନ୍ଦେହରେ ଧାକଡରାଶିରେ ଚାଲୁଥିବା ଯାତ୍ରାରେ ନିର୍ମମ ହତ୍ୟା କରିଥିଲେ। ଏହାକୁ ସମ୍ପୂର୍ଣ୍ଣ ବିରୋଧ କରି ହିଂସା ମୁକ୍ତ ଅଭିଯାନ ତରଫରୁ ଲାଲ ଗଡରେ ଏହି ପୋଷ୍ଟର ଜାରି କରାଯାଇଛି। ଅନନ୍ତ ଭୂମିଆଙ୍କୁ ହତ୍ୟା କରିଥିବା ମାଓବାଦୀଙ୍କୁ ନ ଛାଡିବା ଏହାର ବଦଲା ନେବାକୁ ଏଥିରେ ଦର୍ଶାଯାଇଛି। ମାଥିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଥିବା ଆଦିବାସୀ ଯୁବକ ଅନନ୍ତ ଭୂମିଆଙ୍କୁ କେଉଁ ଅଧିକାରରେ ମାଓବାଦୀମାନେ ହତ୍ୟା କରିଥିବା ପ୍ରଶ୍ନ କରାଯାଇଛି। ମିଥ୍ୟାରେ ପୋଲିସ ଇନଫର୍ମର କହି ନିରୀହ ଆଦିବାସୀ ଯୁବକଙ୍କୁ ହତ୍ୟା କରି ମାଓବାଦୀ ଲୋକଙ୍କୁ ଭୟଭୀତ କରୁଛନ୍ତି। ଏପରି କରିବା ଦ୍ବାରା ସେମାନଙ୍କ କଣ୍ଟା ସଫା ହେଉଥିବା ଭାବୁଛନ୍ତି। ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ଯୁବକଙ୍କ ହତ୍ୟାର ପ୍ରତିଶୋଧ ନିଶ୍ଚୟ ନିଆଯିବ। ମାଥିଲିକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରିବାକୁ ଏକତ୍ରିତ ହୋଇ ସ୍ବର ଉତ୍ତୋଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ଅକ୍ଟୋବର ୨୩ ତାରିଖକୁ ମାଓବାଦୀ ବିରୋଧୀ ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ରାଜ୍ୟ ହିଂସା ମୁକ୍ତ ଓଡିଶା ଅଭିଯାନର ଆବାହକ ଭାରତ ଭୂଷଣ ଆହ୍ବାନ କରିଛନ୍ତି। ଯୁବକଙ୍କୁ ମାଓବାଦୀଙ୍କ ଦ୍ବାର ହତ୍ୟାର ଭୟ ମନରୁ ନ ନିଭୁଣୁ ଏବେ ପୁଣି ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିବା ପରେ ଲୋକଙ୍କ ମନରେ ଅକୁହା ଭୟ ଦେଖାଦେଇଛି। ଏବେ ଦୁର୍ଗମ ଗଡରେ ଲୋକେ ଦୋଛକିରେ ଜୀବନ ବିତାଉଛନ୍ତି। କିନ୍ତୁ ଧୀରେ ଧୀରେ ମାଓବାଦୀ ମାନଙ୍କୁ ସାଧାରଣ ଲୋକ ବିରୋଧ କରିବାକୁ ଆରମ୍ଭ କରିଲେଣି , ଏହି ଦୃଷ୍ଟିକୋଣରୁ ଆଉ ଅଧିକ ଦିନ ମାଓବାଦୀଙ୍କର ଶାସନ ଚାଲିବ ନାହିଁ ବୋଲି ଆଶା କରାଯାଉଛି .

Related Articles

Leave a Reply

Your email address will not be published. Required fields are marked *

Back to top button