ଓଡିଶା

ଓଡ଼ିଶା ପୁଲିସରେ ସାଂଘାତିକ ସ୍ଥିତି: ୧ ଲକ୍ଷ ଲୋକଙ୍କୁ ଜଗିଛନ୍ତି ୮୩ – bajravana

[ad_1]

କଟକ: ଓଡ଼ିଶା ପୁଲିସରେ ଏବେ ପାଖାପାଖି ୨୦ ପ୍ରତିଶତ ପଦବି ଖାଲି ପଡ଼ିଛି। ୫୧ ବର୍ଷ ତଳର ସ୍ବୀକୃତିପ୍ରାପ୍ତ ପଦବି ଆଧାରରେ ଏହି ହିସାବ କରାଯାଇଛି। ପରିଣାମ ହେଲା, ପୁଲିସ ଅଧିକାରୀ ଓ କର୍ମଚାରୀ ଭୀଷଣ ଚାପରେ ଅଛନ୍ତି। କେବଳ ସେତିକି ନୁହେଁ, ପ୍ରତିକୂଳ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ପୁଲିସର ଦକ୍ଷତା ହ୍ରାସର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ତଥ୍ୟ ଅନୁଯାୟୀ ୧୯୭୨ରେ ଓଡ଼ିଶା ପାଇଁ ମଂଜୁରିପ୍ରାପ୍ତ ପଦବି ସଂଖ୍ୟା ଥିଲା ୭୪ ହଜାର ୬୯। ଜନସଂଖ୍ୟା, ଅପରାଧ ଓ ଅପରାଧର ନୂଆ ନୂଆ ଢଙ୍ଗ ବଢ଼ି ଚାଲିଥିବା ବେଳେ ‌ପୁଲିସର ସ୍ବୀକୃତିପ୍ରାପ୍ତ ପଦବି ସଂଖ୍ୟା କିନ୍ତୁ ବଢ଼ୁନି। ସେହି ପୁରୁଣା ସ୍ବୀକୃତିପ୍ରାପ୍ତ ପଦବିରୁ ବି ୧୫ ହଜାର ୫୮୦ ପଦବି ଖାଲି ପଡ଼ିଛି। ଏବେ ବିଭିନ୍ନ ପଦବିରେ କାର୍ଯ୍ୟ କରୁଛନ୍ତି ୫୮ ହଜାର ୪୮୯ ଜଣ। ଏଭଳି ସ୍ଥିତିରେ ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ଦମନ କ୍ଷେତ୍ରରେ ପୁଲିସ କେତେ ସଫଳ ହୋଇପାରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି। ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହେବା ସହିତ ଓଡ଼ିଶା ପୁଲିସ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି ସମୟରେ ରାଜ୍ୟରେ ୪ ହଜାର ପୁଲିସ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ। ଓଡ଼ିଶା ପୁଲିସର ୮ଦଶନ୍ଧି ଅର୍ଥାତ ୮୭ ବର୍ଷର ସମୃଦ୍ଧ ଇତିହାସ ରହିଛି। ଶେଷ ଥର ଓଡ଼ିଶା ପୁଲିସରେ ୧୯୭୨ରେ ପଦବି ସଂଖ୍ୟାରେ ସଂଶୋଧନ କରାଯାଇଥିଲା। ଏହା ପରଠାରୁ ଏଥିରେ ଆଉ ସଂଶୋଧନ କରାଯାଇନାହିଁ। କେନ୍ଦ୍ର ଗୃହ ମନ୍ତ୍ରାଳୟର ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ (ବିପିଆରଡି)ର ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ହାରାହାରି ଭାବେ ୧୪୦ ଜଣ ପୁଲିସ କର୍ମଚାରୀ ନିୟୋଜିତ ହେବା କଥା। ଏହି ଆଧାରରେ ଓଡ଼ିଶାରେ ମଞ୍ଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୯୮ ରହିଛି। କିନ୍ତୁ ଖାଲି ପଡ଼ିଥିବା ପଦବିକୁ ବିଚାର କଲେ ଆମ ରାଜ୍ୟରେ ଏବେ ମାତ୍ର ୮୩ ଜଣ କାର୍ଯ୍ୟ କରୁଛନ୍ତି।

କେବଳ ଓଡ଼ିଶାରେ ପୁଲିସ ଦିନକୁ ୧୮ ଘଣ୍ଟା କାମ କରୁଛି
ପୁରୁଣା ସ୍ବୀକୃତ ପଦବିରୁ ବି ୨୦% ଖାଲି
୨୦୦୮ରୁ ମୁଖ୍ୟାଳୟରୁ ଯାଇଥିବା
ପ୍ରସ୍ତାବ ଗୃହ ବିଭାଗରେ ଅଟକିଛି

ଆହୁରି ସଙ୍ଗିନ୍ ତଥ୍ୟ ହେଲା- ଜାତୀୟସ୍ତରରେ ଓଡ଼ିଶା ଏକ ମାତ୍ର ରାଜ୍ୟ, ଯେଉଁଠି ପୁଲିସ ୮ ଘଣ୍ଟା ବଦଳରେ ସର୍ବାଧିକ ୧୮ ଘଣ୍ଟା କାର୍ଯ୍ୟ କରୁଛି।
ଓଡ଼ିଶା ପୁଲିସ ମୁଖ୍ୟାଳୟର ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୩୪ ପୁଲିସ ଜିଲ୍ଲା ବ୍ୟତୀତ କ୍ରାଇମବ୍ରାଞ୍ଚ ସିଆଇଡି ସିବି, କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା, ଏସଟିଏଫ୍, ସିଗନାଲ, ୪ଟି ପୁଲିସ ଟ୍ରେନିଂ ସ୍କୁଲ, ବାଟାଲିୟନ (ଓଏସଏପି(ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ) ୮ଟି, ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ(ଆଇଆର୍) ୯ଟି, ଏସଏସ ବାଟାଲିୟନ ୪ଟି), ସିକ୍ୟୁରିଟି ଵିଙ୍ଗ୍‌ ୪ଟି, କମ୍ୟୁନିକେସନ, ପିଏମ୍‌ଟି (ପୁଲିସ ମୋଟର ଟ୍ରାନସପୋର୍ଟ), ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି), ଗୁଇନ୍ଦା, ଏସଓଜି, ରେଳବାଇ, ଓଆଇଏସ୍‌ଏଫ (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ), ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍‌, ଏସଆଇଡବ୍ଲୁ, ଓଆଇଏସଏଫ୍ ଭଳି ଏଷ୍ଟାବ୍ଲିସମେଣ୍ଟକୁ ମିଶାଇ ଚାରିଟି ଶ୍ରେଣୀ (ଏ, ବି, ସି, ଡି)ରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏ ଶ୍ରେଣୀରେ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୧୧୫୮ ଥିବା ବେଳେ ଅଛନ୍ତି ୮୦୪ ଜଣ। ଅର୍ଥାତ୍ ଖାଲି ପଡ଼ିଛି ୩୫୪ଟି ପଦବି। ବି ଶ୍ରେଣୀରେ ୭ ହଜାର ୮୮ଟି ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ଅଛନ୍ତି ୪ ହଜାର ୬୧୫। ଏଥିରୁ ୨୪ ଶହ ୭୩ ଖାଲି ପଡ଼ିଛି। ସି ଶ୍ରେଣୀରେ ୬୨ ହଜାର ୨୬୭ ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ଅଛନ୍ତି ୫୧ ହଜାର ୧୩୧ ଜଣ। ଖାଲି ପଡ଼ିଛି ୧୧ ହଜାର ୧୩୬। ଡି ଶ୍ରେଣୀରେ ୩ ହଜାର ୫୫୬ ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ଅଛନ୍ତି ୧୯ ଶହ ୩୯। ଏଥିରୁ ଖାଲି ପଡ଼ିଛି ୧୬ ଶହ ୧୭ଟି ପଦବି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥାନା ସ୍ତରରେ ୧୦୦: ୫୦ ଅନୁପାତରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି କାମ ଚାପ କମାଇବା କ୍ଷେତ୍ରରେ ୨୦୦୮ ଅଗଷ୍ଟରେ ପୁଲିସ ମୁଖ୍ୟାଳୟ ଦ୍ବାରା ଗୃହୀତ ପ୍ରସ୍ତାବ ଗୃହ ବିଭାଗର ଏଯାଏ ଅନୁମୋଦନ ମିଳିପାରି ନାହିଁ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲେ ଜଣେ ପୁଲିସ ଅଫିସର ଓ କର୍ମଚାରୀ ୮ ଘଣ୍ଟା କରି ୩ଟି ସିଫ୍ଟ୍‌ରେ କାର୍ଯ୍ୟ କରିଥାନ୍ତେ। ଗୁଜୁରାଟ, ମହାରାଷ୍ଟ୍ର ଓ କେରଳରେ ଏ ପ୍ରକାର ମଡେଲ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ତାହା ଲାଗୁ ହୋଇ ପାରୁ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button