ଓଡିଶା

ଡିସେମ୍ବର ୧ରୁ ପୁଣି ‘ଶୂନ ମୃତ୍ୟୁ ସପ୍ତାହ’ ପାଳନ: ଆଜି ମୁଖ୍ୟ ସଚିବ ସମୀକ୍ଷା କରିବେ – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ପୁଣି ଥରେ ଡିସେମ୍ବର ୧ରୁ ୭ତାରିଖ ପର୍ଯ୍ୟନ୍ତ ‘ଶୂନ ମୃତ୍ୟୁ ସପ୍ତାହ’ ପାଳନ କରି‌ବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଏହିଭଳି ‘ଶୂନ ମୃତ୍ୟୁ ସପ୍ତାହ’ ପାଳନ ହୋଇଥିବା ବେଳେ ଏହି ସମୟରେ ପୂର୍ବ ବର୍ଷ ତୁଳନାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ୨୮.୬% କମିଥିଲା। ହେଲେ ଏହାପରେ ଦୁର୍ଘଟଣାଜନିତ ମୃତ୍ୟୁ ପୁଣି ବଢ଼ିବାରୁ ରାଜ୍ୟ ସରକାର ପୁଣି ସ୍ବତନ୍ତ୍ର ଡ୍ରାଇଭ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଡିସେମ୍ବର ୧ରୁ ପାଳନ ହେବାକୁ ଥିବା ଶୂନ ମୃତ୍ୟୁ ସପ୍ତାହରେ କିପରି ପରିବହନ, ସ୍ବାସ୍ଥ୍ୟ, ଗୃହ, ଏନ୍‌ଏଚ୍‌ଏଆଇ ସମେତ ବିଭିନ୍ନ ବିଭାଗର ସଂପୃକ୍ତି ରହିବ ସେନେଇ ବୁଧବାର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଏହାର ସମୀକ୍ଷା କରିବେ। ଏହାପରେ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଆର୍‌ଟିଓମାନଙ୍କୁ ଏସ୍‌ଓପି ଜାରି କରାଯିବ ବୋଲି ଜଣାପଡ଼ିଛି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୦ବର୍ଷରେ ରାଜ୍ୟରେ ପ୍ରାୟ ୪୮ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୫ବର୍ଷରେ (୨୦୧୮ରୁ ୨୦୨୨) ୨୫୯୩୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ୫ବର୍ଷରେ ସବୁଠୁ ଅଧିକ ସଡ଼କ ଦୁର୍ଘଟଣା ୧୧୬୬୩ଟି ୨୦୨୨ରେ ହୋଇଥିବାବେଳେ ସବୁଠୁ ଅଧିକ ୫୪୬୭ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୩୦୨ଜଣ ଆହତ ହୋଇଥିଲେ। ଅପରପକ୍ଷେ ଏହି ୫ବର୍ଷରେ ସଡ଼କ ସୁରକ୍ଷା ସଚେତନତା ଏବଂ ଅନ୍ୟାନ୍ୟ ବାବଦରେ ୭୯କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ୫ବର୍ଷରେ ମୋଟ୍ ୧୫କୋଟି ୬୮ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button