ଓଡିଶା

ଆଜି ଛାଡ଼ଖାଇ: ଆମିଷ ବଜାରରେ ନାହିଁ ବିଶେଷ ଭିଡ଼, ଆସନ୍ତାକାଲିକୁ ଅପେକ୍ଷା – bajravana

[ad_1]

ଜାଣନ୍ତୁ କେଉଁଠି ରହିଛି କେମିତି ଦର

ଭୁବନେଶ୍ବର: ଆଜି ଛାଡ଼ଖାଇ। ଏଥର କିନ୍ତୁ ମଙ୍ଗଳବାରରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବଜାରରେ ବିଶେଷ ଗହଳି ପରିଲକ୍ଷିତ ହୋଇନାହିଁ। ତଥାପି ଆଜି ମାଛ, ମଟନ୍ ଓ ଚିକେନ୍ କିଣିବାକୁ କିଛି ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଆଜି ରାଜଧାନୀରେ ଆମିଷର ଦର ବି ଟିକେ ଉଚ୍ଚା ରହିଛି। ଯୁନିଟ-୪ ମାର୍କେଟରେ ଆଜି ରୋହି ଓ ଭାକୁର ମାଛ କିଲୋ ପ୍ରତି ୨୦୦ରୁ ୪୦୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ିର ଦର ୪୦୦ରୁ ୫୦୦ ଟଙ୍କା ରହିଛି। ଜେଲି ଫିଶର ଦର ୫୦୦ ଟଙ୍କା ରହିଛି। ତେଣେ କଙ୍କଡ଼ାର ମୂଲ୍ୟ ୩୦୦ ଟଙ୍କା ରହିଥିବା ଜଣାଯାଇଛି। ଏଣେ ମଟନ କିଲୋ ପ୍ରତି ୭୫୦ ଟଙ୍କା, ବ୍ରଏଲର୍ ଚିକେନ୍ ୨୦୦ ଟଙ୍କା ଦେଶୀ ଚିକେନ୍ ୫୦୦ ଟଙ୍କାରେ ମିଳୁଛି।

ଠିକ୍ ସେହିପରି କଟକରେ ମଧ୍ୟ ଆମିଷ ବଜାରରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ। କଟକରେ ବି ଅନୁରୂପ ଦର ରହିଛି। କଟକରେ ମାଛ ଦର ୧୬୦ରୁ ୨୦୦ ଟଙ୍କା, ଚିକେନ୍ ଦର ୨୨୦ ଟଙ୍କା ଓ ମଟନ୍ କିଲୋ ପ୍ରତି ୭୦୦ ଟଙ୍କା ରହିଛି। ଆସନ୍ତାକାଲି ଭଲ ବେପାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।

ବାଲେଶ୍ବରର ନୂଆ ବଜାର ମାଛ ମାର୍କେଟରେ ବଜାର ମାନ୍ଦା ରହିଛି। ଏଠାରେ ପାମ୍ପଲେଟ୍ ମାଛ ଦର ୬୦୦ ଟଙ୍କା ରହିଛି। ଆଜି ବେଶୀ ପରିମାଣରେ ଆମିଷ ଆସିନି। ଏଠାରେ ଦର ଅଧିକ ଥିବାରୁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button