ଓଡିଶା

ଯୁବକଙ୍କୁ କଚାଡ଼ି ମାରିଲା ହାତୀ – bajravana

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳ ଗରଗଡ଼ବାହାଲରେ ସୋମବାର ଭୋର୍ ସାଢେ ୩ଟାରେ ଜଣେ ଯୁବକଙ୍କୁ ଏକ ଦନ୍ତା ହାତୀ କଚାଡ଼ି ମାରି ଦେଇଛି। ମୃତକ ହେଲେ ଗାଁର ହୀରାଲାଲ ବେହେରା (୫୫)।

ସୂଚନା ଅନୁଯାୟୀ, କିଛି ଦିନ ହେଲା ୩୦ଟିକିଆ ଏକ ହାତୀପଲ ପଞ୍ଚରା ଅଞ୍ଚଳରୁ ଗରଗଡ଼ବାହାଲକୁ ପଶି ଆସିଥିଲେ। ଏ ସମ୍ପର୍କରେ ଜାଣିବା ପରେ କାଳେ ଧାନବିଲରେ ପଶି ହାତୀ ଫସଲ ନଷ୍ଟ କରିଦେବେ ଭାବି ହୀରାଲାଲ ବିଲକୁ ଯାଇଥିଲେ। ଠିକ୍ ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ହୀରାଲାଲଙ୍କ ପ୍ରାଣ ଚାଲି ଯାଇଥିଲା।

ସୂଚନା ପାଇ ସକାଳୁ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଏବେ ବି ହାତୀପଲ ଗାଁ ପାଖରେ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button