ଖେଳ ଖବର

ମାରାଥନ୍‌ରେ କାର ଚଢ଼ି ପୁରସ୍କାର ଜିତିଥିବା ମହିଳା ବର୍ଷକ ପାଇଁ ବାସନ୍ଦ – bajravana

[ad_1]

ବ୍ରିଟେନ୍‌ର ଜଣେ ଧାବିକା ଏକ ମାରାଥନ୍‌ ପ୍ରତିଯୋଗିତାରେ କାର୍‌ ବ୍ୟବହାର କରି ଦଣ୍ଡିତ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ସେ ତୃତୀୟ ସ୍ଥାନରେ ରହି ଟ୍ରଫି ହାସଲ କରିଥିବା ବେଳେ ଘଟଣା ପ୍ରଘଟ ହେବା ପରେ ତାଙ୍କୁ ମାରାଥନ୍‌ ପ୍ରତିଯୋଗିତାରୁ ବର୍ଷକ ପାଇଁ ବାସନ୍ଦ କରାଯିବା ସହ ତାଙ୍କଠାରୁ ଟ୍ରଫି ଛଡ଼ାଇ ନିଆଯାଇଛି।

ସୂଚନାନୁଯାୟୀ, ଜୋସିଆ ଜାକ୍ବେସ୍କି ନାମ୍ନୀ ଏହି ୪୭ ବର୍ଷୀୟା ପେସାଦାର ଧାବିକା ଗତ ଏପ୍ରିଲ ୭ ତାରିଖରେ ମାଞ୍ଚେଷ୍ଟରରୁ ଲିଭରପୁଲ୍‌ ଯାଏ ଆୟୋଜିତ ୫୦-ମାଇଲ୍‌ର ମାରାଥନ୍‌ ଦୌଡ଼ ମଝିରେ ଏକ କାର୍‌ ବ୍ୟବହାର କରିଥିଲେ। କିନ୍ତୁ ସେ କଥାକୁ ଲୁଚାଇ ସେ ତୃତୀୟ ସ୍ଥାନରେ ରହି ପୁରସ୍କାର ଗ୍ରହଣ କରିଥିଲେ। ତଦନ୍ତ ବେଳେ ଜିପିଏସ୍‌ ତଥ୍ୟରୁ ଜଣା ପଡ଼ିଥିଲା ଯେ ଜୋସିଆ ଦୌଡ଼ ମଝିରେ ଅଢ଼େଇ କି.ମି. ଯାଏ କାର୍‌ରେ ବସି ଯାଇଥିଲେ। ଏହା ପରେ ଘଟଣାକୁ ସେ ସ୍ବୀକାର କରିବା ସହ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ବାଧ୍ୟ ହୋଇ କାର୍‌ରେ ବସିଥିଲେ ବୋଲି ସଫେଇ ଦେବାକୁ ଚେଷ୍ଟା କରିଛନ୍ତି।

କିନ୍ତୁ ମାରାଥନ୍ ଆୟୋଜନକାରୀ ଶୃଙ୍ଖଳାଗତ କମିଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ପରି ଜଣେ ବରିଷ୍ଠ ଦୌଡ଼ାଳିଙ୍କର ଏପରି ଆଚରଣ ୟୁକେ ଆଥ୍‌ଲେଟିକ୍‌ସର ପ୍ରତିଷ୍ଠିତ ନୀତିନିୟମକୁ ଉଲ୍ଲଂଘନ କରିଛି ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button