ଓଡିଶା

ବାମୁଣୀଗାଁରେ ଆଦିବାସୀ ସ୍ବାଗତ ତୋରଣ ଲୋକାର୍ପିତ – bajravana

[ad_1]

ଜୟପୁର: ସହରର ସୌନ୍ଦର୍ଯ୍ୟକରଣ ଚାଳିଛି। ଏହି କ୍ରମରେ ଗତ ବର୍ଷ ବାରିଣୀପୁଟରେ ଆଦିବାସୀ ସ୍ବାଗତ ତୋରଣ ନିର୍ମାଣ କରାଯାଇଥିଲା। ସେହି କ୍ରମରେ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ବାମୁଣିଗାଁ ଠାରେ ଆଉ ଗୋଟିଏ ଆଦିବାସୀ ସ୍ବାଗତ ତୋରଣକୁ ଲୋକାର୍ପିତ କରାଯାଇଛି। ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସ୍ବତନ୍ତ୍ର ଉନ୍ନୟନପରିଷଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ଲୋକାର୍ପିତ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ କେସିସି ବ୍ୟାଙ୍କ ପରିଚାଳନା କମିଟି ଅଧ୍ୟକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ଉପାଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ,  ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ଏସଡିସି ସଭ୍ୟ ସୂର୍ଯ୍ୟନାରାୟଣ ରଥ  ପ୍ରମୁଖ ଯୋଗ ଦେଇଥିଲେ। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେଭଳି କେସିସି ନିର୍ଦେଶକ ରମାକାନ୍ତ ରାଉଳ, ବିଜେଡି ନେତା ସୁବାସ ରାଉତ, ଧର୍ମେନ୍ଦ୍ର ଅଧିକାରୀ ବାପି ପରିଡ଼ା, କଂଗ୍ରେସର ବସନ୍ତ ନାୟକ, ସୁରେଶ ଚୌଧୁରୀ, କାଉନସିଲର ଗୋପୀନାଥ ମହାନ୍ତି, ବି.ବିଷ୍ଣୁବର୍ଦ୍ଦନ ରେଡ୍ଡୀ, ଯଶପାଲ୍ ସିଂ, ବାବୁ ବିଷୋଇ, ଦେବେନ୍ଦ୍ର ଚୌଧୁରୀ,   ସୁଷମା ମହାପାତ୍ର, ଅନିତା ରାୟ, ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ, ପ୍ରତାପ ଆଚାର୍ଯ୍ୟ , ପି. ଜଗଦୀଶ ପ୍ରମୁଖ ଉପସ୍ଥିତ ଥିଲେ। ସେଭଳି ଅତିଶୀଘ୍ର ଜୟପୁର –ବୋରିଗୁମ୍ମା ରାସ୍ତାରେ ଏନଏଚ୍ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ଆଦିବାସୀ ତୋରଣ ଶୀଘ୍ର ଲୋକାର୍ପଣ ହେବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button