ଓଡିଶା

ଜନ୍ମମାଟିରେ ଶିବଶଙ୍କର ମିଶ୍ର ସମ୍ବର୍ଦ୍ଧିତ, ଜୀବନ ସଂଘର୍ଷ ସ୍ମୃତି ସାଉଁଟିଲେ ହାଇକୋର୍ଟ ବିଚାରପତି – bajravana

[ad_1]

ଜୟପୁର: ଗୋଟିଏ ମଧ୍ୟବିତ୍ତ ପରିବାରର ପିଲା ନିଜ ଇଛାଶକ୍ତି ଦୃଢ଼ମନୋବଳ ଯୋଗୁଁ ବହୁ ବାଧାବିଘ୍ନ ସଂଘର୍ଷରେ ସଫଳ ହୋଇ ହାଇକୋର୍ଟର ବିଚାରପତି ହୋଇ ପାରିଛନ୍ତି। ସେ ଆଜିକାର ଯୁବପିଢ଼ୀ, ଯୁବ ଆଇନଜୀବୀମାନଙ୍କର ପ୍ରେରଣାର ଉତ୍ସ, ମାର୍ଗଦର୍ଶକ। ପଛୁଆ ଅଂଚଳର ଆଗୁଆ ପିଲା ବୋଲି ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦେବା ସମୟରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଜିଲ୍ଲା ଆଇନଜୀବୀ ସଂଘର ସଭାପତି ବିରେଶ ପଟ୍ଟନାୟକଙ୍କ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ର ଯୋଗ ଦେଇ ଦେବାଦେବୀଙ୍କ ଅଧ୍ୟାତ୍ମିକ ଅଂଚଳ ସହ ପ୍ରାକୃତିକ ବିଭବକୁ ନେଇ ପ୍ରସିଦ୍ଧି ଲାଭ କରିଥିବା ମାଟିର ଜଣେ ବ୍ୟକ୍ତି ହାଇକୋର୍ଟର ବିଚାରପତି ହେବା ଅଂଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ପି.ରମେଶ ପାତ୍ର, ସଂଘ ସଂପାଦକ ଶରତ କୁମାର ମାଝୀ,  ଆଇନଜୀବୀ ଡ.ବି.ଗାୟତ୍ରୀ ଦେବୀ, ହେମନ୍ତ କୁମାର (ଲାଲୁ ) ଷଡଙ୍ଗୀ, ବିଜୟ କୁମାର ରାୟଜେନା, ପ୍ରମୋଦ କୁମାର ଦାଶ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ଭୂମିପୂତ୍ର ନୂଆ ଉଚ୍ଚତାରେ ପହଚିଂବା ପରେ ଆଉ କିଛି ନୂଆ ରାୟ ଓ ନି‌ର୍ଦ୍ଦେଶ ଦେଇ ଅଂଚଳକୁ ଗୌରାବାନ୍ବୀତ କରିବେ ବୋଲି ଆଶା ପୋଷଣ କରିଥିଲେ।

ସମ୍ବର୍ଦ୍ଧନା ଉତ୍ସବରେ ବିଚାରପତି ଶ୍ରୀ ମିଶ୍ର ଯୋଗ ଦେଇ ପୌରପାଳିକା ଉଚ୍ଚବିଦ୍ୟାଳୟର ଛାତ୍ର ସମୟ ଠାରୁ ବିକ୍ରମଦେବ ମହାବିଦ୍ୟାଳୟ, ଆଇନମହାବିଦ୍ୟାଳୟ, ଘରୋଇ ବିଦ୍ୟାଳୟର ଶିକ୍ଷକ, ଏବଂ ଆଇନମହାବିଦ୍ୟାଳୟର ଛାତ୍ରସଂସଦର ସଭାପତି, କିଭଳି ଡ୍ରାମା ଓ ମାସାଧିକକାଳ ରିହର୍ସଲ କରୁଥିଲେ ଏବଂ କିଭଳି ସେ ନୂଆଦିଲ୍ଲୀ ଗଲେ ଆଦି ଜୀବନସଂଘର୍ଷର ପ୍ରତିପାହାଚର ସ୍ମୃତିକୁ ସାଉଁଟିଥିଲେ। ସେ ତାଙ୍କ ବାଲ୍ୟବନ୍ଧୁମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ଜୀବନର ସଫଳତାର ପ୍ରତିପାହାଚରେ ସହ‌ଯୋଗ ପାଇଥିବା ପରିବାରବର୍ଗ ଓ ବ୍ୟକ୍ତିବିଶେଷଙ୍କ ନାଁ ନେଇ କୃତଞତା ଞାପନ କରିଥିଲେ। ନୂଆପିଢ଼ୀର ପିଲାଙ୍କୁ ସମ୍ବିଧାନର ସମସ୍ତ ଧାରା, ଉପଧାରାକୁ ଘୋଷି ନିଜ ମନମସ୍ତିଷ୍କରେ ରଖିବାକୁ ପରାମର୍ଶ ଦେଇଥିଲେ। ଲକ୍ଷ୍ୟ, କଠିନପରିଶ୍ରମ ସହ ବାରମ୍ବାର ହାରିଲେ ବି ଜିତିବାର ଝୁଙ୍କ ରହିଲେ ସଫଳତା ପାଦ ଚୁମିବ ବୋଲି ମାର୍ଗ ଦର୍ଶନ ଦେଇଥିଲେ। ନିଶ୍ଚିତ ରୁପେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର କୋର୍ଟ ଗୁଡିକର ଅନୁସଙ୍ଗିକ ଭିତ୍ତିଭୂମିର ସୁଧାର ଆଣିବେ ବୋଲି କହିଥିଲେ ବିଚାରପତି ଶ୍ରୀ ମିଶ୍ର। ତାଙ୍କୁ ଜୟପୁର ଜିଲ୍ଲା ଓକିଲ ସଂଘ, ବୋରିଗୁମ୍ମା, କୋଟପାଡ଼, କୋରାପୁଟ , ନବରଙ୍ଗପୁର ଓକିଲ ସଂଘ ସହ ବିଚାରବିଭାଗୀୟ କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର, କେଦାରନାଥ ସାମନ୍ତରାୟ ଆଦି  ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସବୁ ବାଲ୍ୟବନ୍ଧୁ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ ତାଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।

ମଂଚକୁ ଆଇନଜୀବୀ ଲାଲ ମୋହନ ମିଶ୍ର ସଂଯୋଜନା କରିଥିବା ବେଳେ ଜୟନ୍ତ ସାନ୍ତ୍ରା ମାନପତ୍ର ପାଠ କରିଥିଲେ। ସରତ୍ବୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ସହଦେବ ପଟ୍ଟନାୟକ, କୋଷାଧ୍ୟକ୍ଷ ଗିରିଧର ଖରା, ପି.ସନ୍ୟାସୀ ରାଓ, ସୁରେଶ ହଡପ, ଦିନବନ୍ଧୁ ଅଗ୍ରୱାଲ, ଆରତୀ ମହାନ୍ତି, ଗୀତାଂଜଳୀ ଧଳ, ସଲମା ବେନିୟା, ନଳିନୀ ରଥ, ରଶ୍ମି ଚଳାନ, ଅଂଜନା ସିଂ, ରବି ମାଝୀ, ଶଙ୍କର ରାଓ , ବିଭୁତି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ହାଇକୋର୍ଟବିଚାରପତି ଏହି ଅବସରରେ ଜିଲ୍ଲା କୋର୍ଟପରିସର ବୁଲି ଦେଖିଥିଲେ। ଏହି ପରିସରରେ ବୃକ୍ଷ ରୋପଣ କରିଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ଏକ୍କା,‌ ପ୍ରଞା ନଳିନୀ ମିଶ୍ର, ପରିବାର ଅଦାଲତ ବିଚାରପତି ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ଵତନ୍ତ୍ର ବିଚାରପତି ସିଏଚ୍. ବସୁଦେବ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶାନ୍ତୁନୁ କୁମାର ଦାସ, ବରିଷ୍ଠ ଦେୱାନି ବିଚାରପତି ଅଞ୍ଜଲି ମାଛଖଣ୍ଡ, ରେଖାରଣୀ ପଣ୍ଡା, ରେଜିଷ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା, ବିଚାରପତି, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁମନ ଜେନା, ଉପଖଣ୍ଡ ଦଣ୍ଡାଧିକାରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି  ପଲ୍ଲବୀ ପ୍ରିୟଦର୍ଶନୀ ଦାଶ, ସରକାରୀ ଓକିଲ ଶୈଳଜା ପଟ୍ଟନାୟକଙ୍କ ସହ ଶତାଧିକ ଆଇନୀଜୀବି  ପ୍ରମୁଖ ଭାଗ ନେଇଥିଲେ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button